ଦେଶ

ଆଉ ୩ ମାସ ଇପିଏଫ୍‌ ଭରିବେ ସରକାର, ଲାଭ ପାଇବେ ୭୨.୨୨ ଲକ୍ଷ କର୍ମଚାରୀ

ନୂଆଦିଲ୍ଲୀ: 15 ହଜାର ରୁ କମ ଦରମା ପାଉଥିବା ଲୋକଙ୍କ ଇପିଏଫ୍‌ ଆଗାମୀ ତିନି ମାସ ପର୍ଯ୍ୟନ୍ତ ସରକାର ଭରିବେ । ପୂର୍ବରୁ 3 ମାସ ଭରିବେ ବୋଲି ଘୋଷଣା ହୋଇଥିବା ବେଳେ ଏବେ ଜୁନ, ଜୁଲାଇ ଓ ଅଗଷ୍ଟ ମାସର  EPF ଭରିବେ ସରକାର।

କର୍ମଚାରୀମାନଙ୍କ ପାଇଁ ଅଧିକ ଘରୋଇ ଦରମା ଯୋଗାଇବା ଏବଂ PF ଦେୟ ପ୍ରଦାନରେ ନିଯୁକ୍ତିଦାତାମାନଙ୍କୁ ରିଲିଫ୍ ଦେବା ପାଇଁ, ବ୍ୟବସାୟ ଏବଂ ଶ୍ରମିକମାନଙ୍କ ପାଇଁ EPF ଅବଦାନ 3 ମାସ ପାଇଁ ହ୍ରାସ କରାଯାଉଛି । ଯାହା ପାଇଁ 6750 କୋଟି ଟଙ୍କାର  ସହାୟତା ଘୋଷଣା କରିଛନ୍ତି ସରକାର ।

‘ଆତ୍ମନିର୍ଭର ଭାରତ’ ଅଭିଯାନରେ ସରକାର ଘୋଷଣା କରିଥିବା 20 ଲକ୍ଷ କୋଟି ପ୍ୟାକେଜରେ କର୍ମଚାରୀଙ୍କ ଇପିଏଫକୁ ନେଇ ସରକାର ବଡ଼ ଘୋଷଣା କରିଛନ୍ତି । ଆଉ 3 ମାସ ଯାଏଁ ସରକାର ଭରିବେ ଇପିଏଫ୍‌ । କର୍ମଚାରୀଙ୍କ ୧୨% ଓ ନିଯୁକ୍ତି ଦାତାଙ୍କ ୧୨% ସରକାର ଦେବେ ବୋଲି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାଦ୍ୱାରା ୩.୬୭ ଲକ୍ଷ ନିଯୁକ୍ତି ଦାତା ଓ ୭୨.୨୨ ଲକ୍ଷ କର୍ମଚାରୀ ଲାଭ ପାଇବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top