ନ୍ୟୁଜ୍

ନାବାଳକଙ୍କୁ ଗାଡ଼ି ଚଳାଇବା ମହଙ୍ଗା ପଡ଼ିଲା, କଟିଲା ମୋଟା ଅଙ୍କର ଚାଲାଣ

କଟକ: ନୂଆ ମୋଟର ଯାନ ଆଇନ ଆସିବା ପରେ ବିଭିନ୍ନ ସ୍ଥାନରେ ନିୟମ ଉଲ୍ଲଂଘନକାରୀଙ୍କ ପାଖରୁ ମୋଟା ଅଙ୍କର ଫାଇନ ଆଦାୟ କରାଯାଉଛି । କେତେକାଂଶରେ ଏହି ନିୟମକୁ ରାଜ୍ୟରେ କୋହଳ କରାଯାଇଥିବା ବେଳେ କିଛି କ୍ରାଇଟେରିଆ ପାଇଁ ଏହାକୁ କଡ଼ାକଡ଼ି ରଖାଯାଇଛି । ସେଥିମଧ୍ୟରୁ ନାବାଳକ ଓ ନାବାଳିକାମାନେ ଗାଡ଼ି ଚଳାଇଲେ ସେମାନଙ୍କ ପିତାମାତାଙ୍କ ଉପରେ ଫାଇନ ପକାଇବା ସହ ଜେଲ୍‌ ପଠାଇବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି ।

ତଥାପି ଲୋକମାନେ ସଚେତନ ହେଉନଥିବା ଦେଖିବାକୁ ମିଳୁଛି । ଗତକାଲି ଅନୁଗୁଳ ପାଲଲହଡ଼ାରେ ଜଣେ ନାବାଳକ ଗାଡ଼ି ଚାଳକକୁ ଧରାଯାଇଥିବା ବେଳେ ଗାଡ଼ି ମାଲିକଙ୍କ ନାଁରେ 26 ହଜାର ଟଙ୍କା ଫାଇନ କଟାଯାଇଥିଲା । ଆଜି କଟକରୁ ଏଭଳି ଏକ ଖବର ଆସିଛି । କଟକ ବାରଙ୍ଗଠାରେ ଆରଟିଓ ପକ୍ଷରୁ ଚେକିଂ ଚାଲିଥିବା ବେଳେ ସାଗର ପରିଡ଼ା ନାମକ ଜଣେ ନାବାଳକ ବିନା ହେଲମେଟରେ ସ୍କୁଟି ନେଇ ଯାଉଥିବା ବେଳେ ଧରାପଡ଼ିଥିଲା ।

ଗାଡ଼ି ନଂ ଓଡ଼ି 05 ଏଜେ 1512 ହୋଣ୍ଡା ଆକ୍ଟିଭାକୁ ଅଟକାଇ ଗାଡ଼ି ମାଲିକଙ୍କ ନାଁରେ  26,000 ଟଙ୍କା ଫାଇନ କଟାଯାଇଥିବା ଜଣାପଡ଼ିଛି ।  ଏହାସହ 25 ବର୍ଷ ବୟସ ପର୍ଯ୍ୟନ୍ତ ନାବାଳକ ଜଣକ ଲାଇସେନ୍ସ ପାଇଁ ଆବେଦନ କରିପାରିବେ ନାହିଁ ବୋଲି ଆରଟିଓ ପକ୍ଷରୁ ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top