ନ୍ୟୁଜ୍

ନିୟମ ନମାନିଲେ ନିସ୍ତାର ନାହିଁ ! ପୋଲିସ ନଦେଖିଲେ ସିସିଟିଭି ଧରାଇବ

 ଭୁବନେଶ୍ୱର: ଆସନ୍ତାକାଲି ଡେଡଲାଇନ୍‌ ସରୁଛି । କିନ୍ତୁ ଏହାପୂର୍ବରୁ କାଗଜପତ୍ର ଯାଞ୍ଚ କୋହଳ କରିଛନ୍ତି ସରକାର । କିନ୍ତୁ ଉତ୍ପାତ କଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା । ଦ୍ରୁତ ଗତିରେ ଗାଡ଼ି ଚଳାଇବା, ମଦ ପିଇ ଗାଡ଼ି ଚଳାଇବା ହେଉ ଅବା ଗାଡ଼ିରେ ତିନି ଜଣରୁ ଉର୍ଦ୍ଧ୍ୱ ଯାତ୍ରା କଲେ ଦେବାକୁ ପଡ଼ିବ ଫାଇନ୍‌ । କିନ୍ତୁ ଏଥର ଫାଇନ୍‌ ଆଦାୟ କରିବା ପ୍ରଣାଳୀ ଭିନ୍ନ ରହିବ । ଲୋକଙ୍କ ସହ ଆଉ ଯୁକ୍ତିତର୍କ କରିବେନି ଅଧିକାରୀ ସିଧା ଜରିମାନ ଖାତାରେ ଯୋଡ଼ି ହୋଇଯିବ ଫାଇନ୍‌ । ଏକଥା ଆମେ କହୁନୁ ଖୋଦ ପୋଲିସ କମିସନର ସୂଚନା ଦେଇଛନ୍ତି ।

ପୋଲିସ ହାବୁଡ଼ରେ ନପଡ଼ିଲେ ବି ଫାଇନ ଦେବେ ଚାଳକ । ନିୟମ ଉଲ୍ଲଂଘନ କଲେ ଦେବେ ଫାଇନ୍‌ । ସିସିଟିଭି ଜଣାଇବ ନିୟମ ଉଲ୍ଲଂଘନକାରୀଙ୍କ ସମ୍ପର୍କରେ । ଚାଳକଙ୍କ ଘରକୁ ପଠାଯିବ ଚାଲାଣ । ଯଦି କେହି ଫାଇନ୍‌ ଦେବାକୁ ଅମଙ୍ଗ ହୁଅନ୍ତି ତେବେ ସେମାନଙ୍କ ସହ ଯୁକ୍ତିତର୍କ ନକରି ସିଧା ଚାଲାଣ ତାଙ୍କ ଘରକୁ ପଠାଯିବାର ବ୍ୟବସ୍ଥା ହେବ ।

ଫାଇନ୍‌ ଦେବାରେ ବିଳମ୍ବ କଲେ ଚାଳକଙ୍କୁ ସୁଧ ମଧ୍ୟ ଦେବାକୁ ପଡ଼ିବ । ସିସିଟିଭିରେ କଏଦ ହେବ ଟ୍ରାଫିକ ଉଲ୍ଲଂଘନକାରୀଙ୍କ ନମ୍ବର ପ୍ଲେଟ ।ଚାଳକଙ୍କୁ ପୋଲିସ କର୍ମଚାରୀ ରାସ୍ତାରେ ଅଟକାଇ ଆଉ ହଇରାଣ କରିବେ ନାହିଁ ବରଂ ସିସିଟିଭିରୁ ନିୟମ ଉଲ୍ଲଂଘନକାରୀଙ୍କ ବିଷୟରେ ଜାଣିବା ପରେ ଚାଲାଣ କଟାଯିବ । ଏହାସହ ଚାଲାଣ ଚାଳକଙ୍କ ପାଖକୁ ପଠାଯିବ । ଫଳରେ ସେମାନେ ନିଜେ ଆସି ଟଙ୍କା ପୈଠ କରିବେ । ଅନ୍ୟପଟେ ଯଦି ଚାଳକ ଘଟଣାସ୍ଥଳରେ ଟଙ୍କା ନଦେଇ ଖସି ପଳାଇଯାଆନ୍ତି ତେବେ ସେମାନଙ୍କୁ ଫାଇନ୍‌ ସହ ସୁଧ ଗଣିବାକୁ ପଡ଼ିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛି ।

ଅପରପକ୍ଷେ ମଦ ପିଇ ଗାଡି ଚଳାଇବା ପାଇଁ 160 ଜଣଙ୍କୁ ଧରାହୋଇଛି । ସବୁଠୁ ଗଂଜାମ ଜିଲ୍ଲାରୁ ସର୍ବାଧିକ  27 ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ସେହିଭଳି ସୁବର୍ଣ୍ଣପୁରରୁ 9, ମାଲକାନିରି 25, ମୟୁରଭଞ୍ଜ 24, ଯାଜପୁର 17, ଅନୁଗୁଳ 15 ଜଣ ମଦୁଆ ଡ୍ରାଇଭର ପୋଲିସ ହାତରେ ଧରାପଡ଼ିଛନ୍ତି । ତେବେ ବିଭିନ୍ନ ଜିଲ୍ଲାରେ ମୋଟ  160 ମଦୁଆ ଡ୍ରାଇଭରଙ୍କୁ ଧରାଯାଇଥିବା ପୋଲିସ ଡିଜି ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top