ଟେକ୍ନୋଲୋଜି

ଚନ୍ଦ୍ରଯାନ-୨ରେ ଦୁଇ ଜଣ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଜାଣନ୍ତୁ ମହିଳା ବୈଜ୍ଞାନିକଙ୍କ କଣ ରହିଛି ଭୂମିକା…

ISRO women

ଅର୍ଗସବ୍ୟୁରୋ: ଆଉ କିଛି ମୂହୁର୍ତ୍ତର ଅପେକ୍ଷା ଭାରତ ଇତିହାସ ରଚିବାକୁ । ବହୁ ପ୍ରତିକ୍ଷିତ ଚନ୍ଦ୍ରଯାନ-୨ ହେବ ଉତ୍‌କ୍ଷେପଣ । ସବୁଠୁ ଆଶ୍ଚର୍ଯ୍ୟ ଏବଂ ଗର୍ବର କଥା ଯେ ଚନ୍ଦ୍ରଯାନ-୨ର ସମ୍ପୂର୍ଣ୍ଣ ଦାୟିତ୍ୱ ଦୁଇ ଜଣ ମହିଳା ବୈଜ୍ଞାନିଙ୍କ ହାତରେ ନ୍ୟସ୍ତ ।  ଏପର୍ଯ୍ୟନ୍ତ ଇସ୍ରୋର ଅନ୍ତରିକ୍ଷ ମିଶନରେ କେହି ମହିଳା  ନେତୃତ୍ୱ ନେଇନଥିଲେ । ଚନ୍ଦ୍ରଯାନ-୨ ରେ ମହିଳାଙ୍କ ନେତୃତ୍ୱ ନେବା ପ୍ରଥମ । ତେବେ  ଏହି ଦୁଇ ଜଣ ମହିଳାଙ୍କ ମଧ୍ୟରେ ବନିଥା ମୁଥୈୟା ପ୍ରୋଜେକ୍ଟ ଡାଇରେକ୍ଟରର କାର୍ଯ୍ୟ କରୁଥିବାବେଳେ ରିତୁ କରିଢାଲ୍‌ ମିଶନ୍‌ ଡାଇରେକ୍ଟର ଭାବେ ଦାୟିତ୍ୱ ତୁଲାଉଛନ୍ତି । ଦୁଇ ଜଣଙ୍କର ୨୦ ବର୍ଷର ଅଭିଜ୍ଞତା ରହିଛି । ଇସ୍ରୋର ସୂଚନାମୁତାବକ, ଚନ୍ଦ୍ରଯାନ -୨ କୁ ସଫଳ କରିବାରେ ୩୦ ଜଣ ମହିଳା ଷ୍ଟାଫ୍‌ଙ୍କ ଭୂମିକା ରହିଛି ।

ଯଦି ସବୁ କିଛି ଠିକ୍‌ ରହିଲା ତେବେ ଚନ୍ଦ୍ରଯାନ-୨ ଦୁନିଆାର ସବୁଠାରୁ ପ୍ରଥମ ମିଶନ ହେବ ଯାହା ଚାନ୍ଦର ପୃଷ୍ଠ ଭାଗରେ ଅବତରଣ କରିବ । ଏହା ଚାନ୍ଦର ଏମିତି ଏକ ଅଂଶରେ ଅବତରଣ କରିବ ଯେଉଁଠାରେ କେହି ବି ଦେଶ ସାହାଶ କରିନାହାଁନ୍ତି ଏଠି ଯିବା ପାଇଁ, ପ୍ରଥମ ହେଉଛି ଚନ୍ଦ୍ରାଯାନ -୨ । ଏହାପୂର୍ବରୁ ପ୍ରଥମେ ୨୦୦୮ ରେ ଚନ୍ଦ୍ରାଯାନ -୧ ଏବଂ ୨୦୧୩ରେ ମାର୍ସ ଆଁର୍ବିଟର ମିଶନକୁ ସମ୍ପାଦନ କରାଯାଇଥିଲା । ତେବେ ଚନ୍ଦ୍ରାଯାନ-୨ ତୃତୀୟ ମିଶନ ହେବାକୁ ଯାଉଛି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top