ଜୀବନ ମନ୍ତ୍ର

ରଥ ଖଳା ଚଳଚଞ୍ଚଳ, ଫଟୋରେ ଫଟୋରେ ଦେଖନ୍ତୁ ରଥ ନିର୍ମାଣ କାର୍ଯ୍ୟ

ପୁରୀ: ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । କରୋନା ସଙ୍କଟ ସତ୍ତ୍ୱେ ରଥ ଖଳା ବେଶ ଚଳଚଞ୍ଚଳ । ତେବେ ଚକଡେରା କାର୍ଯ୍ୟ ପରେ ଗତକାଲି ଚକଦଣ୍ଡା ‘ଗୋଲେଇ’ କାମ ପରେ ମୁଁହାଟ ଲାଗି ହୋଇ ଆଗଆଣି, ପଛଆଣି ଗୁଜ ପୋତାଯାଇ ନିରାଡି ଲାଗିବା ପରେ ଦଣ୍ଡାରେ କଣ୍ଟା ବାଡ଼ିଆ କାର୍ଯ୍ୟ ସରିଥିଲା । ଆଜି ଗରଗରା ଖାପ କାମ ପରେ ପାଞ୍ଚ ଦଣ୍ଡା ଉପରେ ଫିଟିଂ କରାଯାଇ ପୋଲ ଗୟଳ ସଂଯୋଗ କରାଯାଇଛି ।

ତେବେ ରଥ ଖଳାରେ ବେଶ ତତ୍ପରତାର ସହ ଚାଲିଥିବା ରଥ ନିର୍ମାଣ କାର୍ଯ୍ୟ ଦେଖନ୍ତୁ ଫଟୋରେ ଫଟୋରେ..

Click to comment

Leave a Reply

Your email address will not be published. Required fields are marked *

Most Popular

To Top