ଦେଶ

ବନାରସରେ ବସ୍ତ୍ରହରଣ ପୋଷ୍ଟର : କଙ୍ଗନା ଦୌପଦ୍ରୀ, ମୋଦି କୃଷ୍ଣ, ଉଦ୍ଧବ-ସଞ୍ଜୟ କୌରବ

ଅର୍ଗସ ବ୍ୟୁରୋ : କଙ୍ଗନା ରାଣାୱତ ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଏହି ମଧ୍ୟରେ ବଲିଉଡ ଅଭିନେତ୍ରୀଙ୍କ ସମର୍ଥକ ଉତ୍ତର ପ୍ରଦେଶର ବାରଣାସୀରେ ଦୌପଦ୍ରୀ ବସ୍ତ୍ରହରଣର ପୋଷ୍ଟର ଲଗାଇଛନ୍ତି। ଏହି ପୋଷ୍ଟରରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଶିବସେନାର ସାଂସଦ ସଞ୍ଜୟ ରାୱତ ତଥା ଦଳର ଅନ୍ୟମାନଙ୍କୁ କୌରବ ରୂପରେ ଚିତ୍ରଣ କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଗବାନ କୃଷ୍ଣ ରୂପରେ ଚିତ୍ରିତ କରାଯାଇଛି। ବାରଣାସୀର ଜଣେ ସ୍ଥାନୀୟ ଓକିଲ ଶ୍ରୀପତି ମିଶ୍ର ଏହି ପୋଷ୍ଟର ଲଗାଇଛନ୍ତି।

ଶ୍ରୀପତି ମିଶ୍ର ଏନେଇ କହିଛନ୍ତି ଯେ, ଶିବସେନା ସହ କଙ୍ଗନାଙ୍କ ସହ ବିବାଦ ମାମଲାରେ ମହାରାଷ୍ଟ୍ର ସରକାର କୌରବ ସେନା ରୂପରେ କାମ କରୁଛନ୍ତି। ଏହି ସମ୍ପୂର୍ଣ୍ଣ ଘଟଣାରେ କଂଗ୍ରେସ ଅଧ୍ୟକ୍ଷ ଚୁପ୍ ଥିବା କାରଣରୁ ତାଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ, କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ମହିଳାଙ୍କୁ ସୁରକ୍ଷା ଦେଇପାରିବେ।

ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ସହ କଙ୍ଗନାଙ୍କ ବିବାଦକୁ ନେଇ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ କଙ୍ଗନା ଟାର୍ଗେଟ କରିଥିଲେ ଏବଂ କହିଥିଲେ ଯେ, ସୋନିଆ ଗାନ୍ଧୀଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରିବା ଉଚିତ୍। ସୋନିଆ ଗାନ୍ଧୀଙ୍କ ଚୁପି ଇତିହାସ ନିଷ୍ପତ୍ତି ନେବ। ଅଭିନେତ୍ରୀ ଟ୍ଵିଟ୍ କରି କହିଥିଲେ ଯେ, ପ୍ରିୟ ଏବଂ ସମ୍ମାନନୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କଣ ଜଣେ ମହିଳା ହିସାବରେ ମହାରାଷ୍ଟ୍ରରେ ଆପଣଙ୍କ ସରକାର ଦ୍ଵାରା ମୋ ପ୍ରତି ହେଉଥିବା ଦୁର୍ବ୍ୟବହାର ଦେଖି ଆପଣଙ୍କୁ କ୍ଷୋଭ ଆସୁନାହିଁ। କଣ ଆପଣ ଆପଣଙ୍କ ସରକାରଙ୍କୁ ଅନୁରୋଧ କରିପାରିବେନି କି ସେ ଆମ୍ବେଦକରଙ୍କ ଦ୍ଵାରା ପ୍ରଦତ ସମ୍ବିଧାନର ମର୍ଯ୍ୟଦା ରକ୍ଷା କରିବେ।

କଙ୍ଗନା ଆଉ ଏକ ଟ୍ଵିଟରେ ଲେଖିଛନ୍ତି ଯେ, ଆପଣ ବିଦେଶରେ ପଢିଛନ୍ତି ଏବଂ ବଢିଛନ୍ତି। କିନ୍ତୁ ଭାରତରେ ଆପଣଙ୍କ ଜୀବନ ବିତିଛି। କଣ ଆପଣ ଜାଣି ନାହାଁନ୍ତି ଜଣେ ମହିଳା ଜୀବନରେ କିପରି ସଙ୍ଘର୍ଷ କରେ। ଇତିହାସ ଆପଣଙ୍କୁ ଆପଣଙ୍କର ଏହି ମୌନ ଏବଂ ପାତରଅନ୍ତର ନୀତି ପାଇଁ ମାପିବ। ଯେତେବେଳେ ସରକାର ଆଇନ ଶୃଙ୍ଖଳାକୁ ପରିହାସ କଲେ, ଜଣେ ମହିଳାଙ୍କୁ ନିର୍ଯାତନା ଦିଆଯାଉଥିଲା, ମୁଁ ଆଶା କରୁଛି ଆପଣ ଏହି ପ୍ରସଙ୍ଗରେ ନୀରବତା ଭାଙ୍ଗିବେ, କାରଣ କଂଗ୍ରେସ ମଧ୍ୟ ମହାରାଷ୍ଟ୍ର ସରକାରଙ୍କ ଏକ ଅଂଶ। “

Click to comment

Leave a Reply

Your email address will not be published. Required fields are marked *

Most Popular

To Top