ଦେଶ

ଛିତିଶଗଡରେ ଜଣେ ଯବାନ ନେଲେ ୭ ଯବାନଙ୍କ ଜୀବନ

jawan

ଛିତିଶଗଡ: ଛିତିଶଗଡର ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାରେ ଭାରତ ତିବତ ସୀମା ପୋଲିସ୍‌ ବଳର ଯବାନଙ୍କ ମଧ୍ୟରେ ହୋଇଥିବା ଗୁଳିବର୍ଷାରେ 7 ଯବାନ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।

ବସ୍ତର ଅଞ୍ଚଳର ପୋଲିସ୍‌ ମହାନିର୍ଦ୍ଦେଶକ  ସୁନ୍ଦରରାଜ ପି  କରିଛନ୍ତି ନାରାୟଣପୁର  ଜିଲ୍ଲାର କଡେନାର ଗାଁ ସ୍ଥିତ ଆଇଟିବିପି ର 45 ବି. ବାଟାଲିୟନ ଶିବିରରେ ଜଣେ  ଯବାନ କୌଣସି ଏକ କଥାକୁ ନେଇ ସାଥିମାନଙ୍କ ଉପରେ ଅତର୍କିତ  ଗୁଳି କରିବା ଆରମ୍ଭ କରିଥିଲ । ତାଙ୍କ ଗୁଳିରେ 7ଯବାନ ମୃତ୍ୟୁବରଣ କରିଥିବା ବେଳେ  ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ କରିଥିବା ଯବାନ ପରେ ନିଜେ ନିଜକୁ ଗୁଳିମାରି ଆତ୍ମହତ୍ୟା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top