ଦେଶ

ଘୋଷଯାତ୍ରାକୁ ନେଇ ଶୁଣାଣି କରିବେ ପ୍ରଧାନ ବିଚାରପତି ଏସ.ଏ.ବୋବଡେ

ଅର୍ଗସ ବ୍ୟୁରୋ : ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରାକୁ ନେଇ ଶୁଣାଣି କରିବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ.ଏ.ବୋବଡେ। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେଙ୍କ ନେତୃତ୍ଵରେ ଏକ ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରିବେ। ଏହି ମାମଲାର ଶୁଣାଣି ପାଇଁ ପ୍ରଧାନ ବିଚାରପତି ନିଜର ଅନୁମତି ଦେଇ ସାରିଥିବା ବେଳେ, ଆଉ କିଛି ସମୟ ମଧ୍ୟରେ ଏହି ମାମଲାର ଶୁଣାଣି ଆରମ୍ଭ ହେବ।

ସୁପ୍ରିମକୋର୍ଟର ଆଜି ଜଣିକିଆ ଖଣ୍ଡପୀଠରେ ରଥଯାତ୍ରା ପ୍ରସଙ୍ଗରେ ଶୁଣାଣି ଆରମ୍ଭ ହେବା ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାର ପକ୍ଷଭୁକ୍ତ ହୋଇଥିଳେ। ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ଏହି ସତ୍ୟପାଠରେ ଦର୍ଶାଯାଇଥିଲା ଯେ ଯଦି ଶ୍ରୀମନ୍ଦିର ପରିଚାଳନା ସମିତିର ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପ୍ରସ୍ତାବ କ୍ରମେ କେବଳ ପୁରୀରେ ଭକ୍ତଙ୍କ ବିନା ରଥଯାତ୍ରା ଅନୁଷ୍ଠିତ ହୁଏ, ତେବେ ରାଜ୍ୟ ସରକାର ଏଥିଲାଗି ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବେ।

ତେବେ ରଥଯାତ୍ରା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ମତି ଜଣାଇଛନ୍ତି। ସୁପ୍ରିମକୋର୍ଟରେ କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ପକ୍ଷ ରଖିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ବର୍ଷ ବର୍ଷ ଧରି ଚାଲି ଆସୁଥିବା ପରମ୍ପରାକୁ ବନ୍ଦ ନକରାଯାଉ। ଥରେ ରଥଯାତ୍ରା ବନ୍ଦ ହେଲେ 12 ବର୍ଷ ଯାଏଁ ହୋଇପାରିବ ନାହିଁ। ତେଣୁ ବିନା ଭକ୍ତରେ ରଥଯାତ୍ରା ହେଉ। କେବଳ ନେଗେଟିଭ୍ ଟେଷ୍ଟ ସେବାୟତଙ୍କୁ ରଥଯାତ୍ରାରେ ସାମିଲ କରାଯାଉ। କୋଭିଡ ନବ୍ୟାପିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇପାରିବେ। ଦିନକ ପାଇଁ ସେଠାରେ କର୍ଫ୍ୟୁ ଜାରି କରାଯାଇପାରିବ।  ଭକ୍ତଙ୍କ ପାଇଁ ରଥଯାତ୍ରାର ସିଧା ପ୍ରସାରଣ କରିବାକୁ ପ୍ରସ୍ତାବ ଦେଇଥିଲେ ସଲିସିଟର ଜେନେରାଲ। ଏହି ପ୍ରସ୍ତାବରେ ରାଜ୍ୟ ସରକାରଙ୍କ ଓକିଲ ହରିଶ ସାଲଭେ ଏକମତ ହୋଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top