ଦେଶ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହେଲେ ନବୀନ

ଭୁବନେଶ୍ବର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଟେଲିଫୋନ୍ ଯୋଗେ  କଥା ହେଲେ ନବୀନ ।  ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଥିବା ଜଣାପଡ଼ିଛି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ବାତ୍ୟା ଅମ୍ଫାନ ଜନିତ ସଙ୍କଟ ସମୟରେ ପଶ୍ଚିମବଙ୍ଗର ଲୋକଙ୍କ ସହ ଓଡ଼ିଶାର ସମବେଦନା ରହିଛି ବୋଲି କହିଛନ୍ତି। ଫେନ୍‌ ଯୋଗେ ଅମ୍ଫାନ୍ ପାଇଁ ପଶ୍ଚିମବଙ୍ଗର କ୍ଷତିର ପରିମାଣ ବିଷୟରେ ପଚାରି ବୁଝିଥିଲେ ନବୀନ  । ଏହି ସଂକଟଜନକ ପରିସ୍ଥିତିକୁ ଦୂର କରିବା ପାଇଁ  ଲୋକବଳ ଏବଂ ସାମଗ୍ରୀ ଦୃଷ୍ଟିରୁ ପଶ୍ଚିମବଙ୍ଗକୁ ସମସ୍ତ ପ୍ରକାରର ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ, ଆଜି  ପ୍ରଧାନମନ୍ତ୍ରୀ କୋଲକାତାରେ ପହଞ୍ଚି କ୍ଷତିଗ୍ରସ୍ତ ଅ଼ଞ୍ଚଳ ବୁଲି ଦେଖିବା ସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୦: ୪୫ ମିନିଟ୍‌ରେ ପ୍ରଧାନମନ୍ତ୍ରୀ କୋଲ୍‌କାତା ବିମାନ ବନ୍ଦରରେ ଅବତରଣ କରିବେ। ୧୦: ୫୦ ମିନିଟ୍‌ରେ ସେଠାରୁ ହେଲିକପ୍ଟର୍ ଯୋଗେ ବସିରହାଟ ଯାଇ ଆକାଶମାର୍ଗରୁ ସ୍ଥିତି ନିରୀକ୍ଷଣ କରିବେ। ୧୧: ୨୦ରେ ପ୍ରଧାନମନ୍ତ୍ରୀ ବସିରହାଟ ଠାରେ ରାଜ୍ୟ ଅଧିକାରୀମାନଙ୍କ ସହ ଏକ ବୈଠକରେ ଯୋଗ ଦେବେ। ସେଠାରୁ ଅପରାହ୍ଣ ୧୨: ୫୦ରେ କୋଲ୍‌କାତା ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଅପରାହ୍ଣ ୧: ୨୦ରେ କୋଲ୍‌କାତା ବିମାନ ବନ୍ଦରରେ ପହଞ୍ଚି ୧: ୩୦ରେ ଭୁବନେଶ୍ବର ଅଭିମୁଖେ ଯାତ୍ରା ଆରମ୍ଭ କରିବେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top