ଦେଶ

ଭୁମି ପୂଜନ ପ୍ରସ୍ତୁତିର ସମୀକ୍ଷା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ଅଯୋଧ୍ୟା ଗସ୍ତ

ନୂଆଦିଲ୍ଲୀ: ଏବେ ସାରା ଭାରତର ଅଗଷ୍ଟ 5 ତାରିଖ ଉପରେ ନଜର ରହିଛି। ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଏହିଦିନ ଭୁମି ପୂଜନ କାର୍ଯ୍ୟକ୍ରମ ରହିଛି। ଏ ନେଇ ପ୍ରସ୍ତୁତି ଜୋରଦାର ଜାରି ରହିଛି। ତେବେ ପ୍ରସ୍ତୁତି କିପରି ରହିଛି ଆଉ କେତେ କାମ ବାକି ରହିଛି ଏହାର ସମୀକ୍ଷା ପାଇଁ ଆଜି ଅଯୋଧ୍ୟା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗ ଦେବେ। ରାମ ମନ୍ଦିର ଆନ୍ଦୋଳନ ରେ ସାମିଲ ଥିବା ଅନେକ ନେତା ସାଧୁ , ସନ୍ଥ ଭିଡିଓ କନଫେରେନ୍ସ ଜରିଆରେ ସାମିଲ ହେବେ। ତେବେ ଏହା ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଅଯୋଧ୍ୟା ଗସ୍ତ କରି ସବୁକିଛି ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀ ଙ୍କ ସୁରକ୍ଷା ପାଇଁ କୋଭିଡ ନେଗେଟିଭ ଥିବା ସୁରକ୍ଷା କର୍ମୀ ନିୟୋଜିତ ହେବେ।

ସିଏମ୍ ଯୋଗୀ ଆଜି ଅପରାହ୍ନ 2 ଟାରେ ଅଯୋଧ୍ୟାରେ ପହଞ୍ଚିବେ  । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ତିନି ଘଣ୍ଟା ରହିବେ। ଯୋଗୀ ଆଦିତ୍ୟନାଥ ଅପରାହ୍ନ 5 ଟାରେ ଲକ୍ଷ୍ନ ଫେରିବାର କାର୍ଯ୍ୟକ୍ରମ ରହିଛି। ସରୋଜ ଘାଟ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଙ୍କ ସୁରକ୍ଷା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ର ସମୀକ୍ଷା କରିବେ ଯୋଗୀ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top