ନ୍ୟୁଜ୍

ପୁଣି ବାଲ୍ୟ ବିବାହ, ରୋକିଲା ଚାଇଲ୍ଡ ଲାଇନ

Child Marriage

ଝାରସୁଗୁଡ଼ା: ବାରମ୍ୱାର ଅବଗତ ପରେ ମଧ୍ୟ ବାଲ୍ୟବିବାହ ହେଉଥିବା ଦେଖିବାକୁ ମିଳୁଛି । ଝାରସୁଗୁଡା ଜିଲ୍ଲା ବ୍ରଜରାନଗର ସ୍ଥିତ ଚଣ୍ଡି ମନ୍ଦିରରେ ମଙ୍ଗଳବାର ହେଉଥିବା ଏକ ବାଲ୍ୟ ବିବାହକୁ ଝାରସୁଗୁଡା ଚାଇଲ୍ଡ ଲାଇନ ରୋକିବାରେ ସଫଳ ହୋଇଛି । ଚଣ୍ଡି ମନ୍ଦିରରେ ବାଲ୍ୟ ବିବାହ ହେଉଥିବା ସୂଚନା ପାଇ ଝାରସୁଗୁଡା ଚାଇଲ୍ଡ ଲାଇନ ସଂଯୋଜକ ଆଶିଷ କୁାମର ପଣ୍ଡା, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଆନନ୍ଦିନୀ ପାଢୀ ଓ ବ୍ରଜରାଜନଗର ପୋଲିସ ମନ୍ଦିରକୁ ପହଂଚି ନାବଳକ ନାବାଳିକାକୁ ଉଦ୍ଧାର କରିଥିଲେ ।

ସେମାନଙ୍କୁ ଓ ତାଙ୍କ ସହିତ ଥିବା ପରିବାରବର୍ଗଙ୍କୁ ଥାନାକୁ ଆଣି ପଚରା ଉଚୁରା କରିବା ପରେ ଷ୍ଟେସନ ଡାଇରୀ କରି ଶିଶୁ ମଙ୍ଗଳ କମିଟି ନିକଟରେ ଉପସ୍ଥିତ କରିଛନ୍ତି । ସୂଚନା ଅନୁଯାୟୀ, ନାବାଳିକା ଜଣକ ପଂଜାବର ହୋଇଥିବା ବେଳେ ଝାରସୁଗୁଡା ମଣ୍ଡଳିଆର ନାବାଳକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ସୋସିଆଲ ମିଡିଆରେ ମାଧ୍ୟମରେ ହୋଇଥିଲା । ୧୦ ଦିନ ପୂର୍ବରୁ ନାବାଳକ ଜଣକ ତାଙ୍କୁ ପଂଜାବରୁ ଆଣି ଘରେ ରଖିଥିଲେ ।

ଏବଂ ଆଜି ବିବାହ କରିବା ପାଇଁ ଚଣ୍ଡି ମନ୍ଦିରକୁ ଆସିଥିଲେ । ତେବେ ଚାଇଲ୍ଡ ଲାଇନ ଏ ବିଷୟରେ ଖବର ପାଇ ବିବାହକୁ ରୋକିଥିଲା । ଚାଇଲ୍ଡ ଲାଇନ ସଂଯୋଜକ ଆଶିଷ ପଣ୍ଡା ନାବଳକଙ୍କ ବାପା ମାଙ୍କୁ ବାଲ୍ୟ ବିବାହ ଆଇନ ଓ ବାଲ୍ୟ ବିବାହରର ପରିଣାମ ବିଷୟରେ ଅବଗତ କରାଇ ନିର୍ଦ୍ଧାରିତ ବୟସ ନ ହେବା ଯାଏଁ ବିବାହ ନ କରାଇବା ପାଇଁ କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top