ବିଦେଶ

୨୦୩୦ରୁ ହ୍ରାସ ପାଇବ ଚୀନର ଜନସଂଖ୍ୟା, ଲାଗୁ ହୋଇଥିଲା ଏହି କଡ଼ା ଆଇନ

courtesy:m.dailyhunt.in

ବେଜିଂ: ଜନସଂଖ୍ୟା ପାଇଁ କଡା ଆଇନ ପ୍ରସ୍ତୁତ କରୁଥିବା ଚୀନକୁ ଶେଷରେ ଶୁଭ ସଙ୍କେତ ମିଳିବା ଆରମ୍ଭ ହୋଇଯାଇଛି । ଏହି ଆଇନକୁ ପାରିତ କରିବା ପାଇଁ ଚୀନକୁ ସମସ୍ତ ବିରୋଧୀଙ୍କୁ ସାମ୍ନା କରିବାକୁ ପଡିଥିଲା କିନ୍ତୁ ଚୀନର ଶାସକ ନିଜ ଦେଶର ଭଲ ପାଇଁ ନିଜ ଜିଦରେ ଅଟଳ ରହିଲେ ଏବଂ ଶେଷରେ ତାହା ଫଳପ୍ରଦ ହେଲା । ତେବେ ଜାଣିନିଅନ୍ତୁ ଚୀନର ଜନସଂଖ୍ୟା ଆଗାମୀ ୧୦ ବର୍ଷ ମଧ୍ୟରେ ତୀବ୍ର ଗତିରେ ହ୍ରାସ ପାଇବାକୁ ଲାଗିବ ଏବଂ ଚୀନ ଏହି ଜନସଂଖ୍ୟା ବିସ୍ଫୋରଣର କୁପ୍ରଭାବରୁ ମୁକ୍ତି ପାଇବ ।

ଏକ ଆକଳନ ଅନୁସାରେ ଆଗାମୀ ୧୦ ବର୍ଷ ପରେ ଅର୍ଥାତ୍ ୨୦୨୯ରେ ଚୀନର ଜନସଂଖ୍ୟା ସର୍ବୋଚ୍ଚ ସ୍ତରକୁ ଆସିଯିବ ଏବଂ ୨୦୩୦ରୁ ତୀବ୍ର ଗତିରେ ହ୍ରାସ ପାଇବା ଆରମ୍ଭ ହୋଇଯିବ । ଚୀନର ଜନସଂଖ୍ୟା ସହିତ ଜଡିତ ଏହି ସୂଚନା ଓ ଏହି ଆକଳନ ପିପୁଲ୍ସ ଡେଲିରେ ଶୁକ୍ରବାର ପ୍ରକାଶିତ ଏକ ରିପୋର୍ଟରେ ସାମ୍ନାକୁ ଆସିଛି । ଚାଇନିଜ୍ ଏକାଡେମୀ ଅଫ ସୋସିଅଲ ସାଇନ୍ସ ଦ୍ୱାରା ପ୍ରସ୍ତୁତ ‘ଗ୍ରୀନ୍ ବୁକ ଅଫ ପପୁଲେସନ ଆଣ୍ଡ ଲେବର’ ନାମକ ରିପୋର୍ଟରେ କୁହାଯାଇଛି ଯେ ଚୀନର ଜନସଂଖ୍ୟା ୧.୪୪ ଅରବ ହେବ ଓ ତା ପରେ ବର୍ଷକ ମଧ୍ୟରେ କମିବା ଆରମ୍ଭ ହେବ ।

ଚୀନର ମୁଖ୍ୟ ସମାଚାର ଏଜେନ୍ସି ଏଫ୍ କହିଛି ଚୀନର ଜନସଂଖ୍ୟା ୨୦୫୦ରେ କମି ୧.୩୬ ଅରବ ଓ ୨୦୬୫ ରେ ୧.୨୫ ଅରବ ହେବାର ସମ୍ଭାବନା ରହିଛି ଯେତିକି ୧୯୯୯ରେ ଥିଲା । ଏହା ଏକ ବଡ ଉପଲବ୍ଧି ହେବ ଯେ ୫୦ ବର୍ଷ ପରେ ପୁଣି ୫୦ ବର୍ଷ ପୂର୍ବ ସଂଖ୍ୟାକୁ ଫେରିଆସିବା ପ୍ରକୃତରେ ଦେଶ ପାଇଁ ସହାୟକ ହେବ । ବିଶେଷଜ୍ଞମାନେ ନିକଟରେ ଚେତାଇ ଦେଇଥିଲେ ଯେ ଚୀନରେ ୨୦୧୮ରେ ଜନ୍ମ ହୋଇଥିବା ଶିଶୁଙ୍କ ସଂଖ୍ୟା ୨୦୦୦ରୁ ଏପର୍ଯ୍ୟନ୍ତ ସବୁଠାରୁ କମ୍ ଥିଲା । ୨୦୧୮ରେ କୌଣସି ୧.୫୦ କୋଟି ଜନ୍ମ ବର୍ଷ ୨୦୧୭ ତୁଳନାରେ ପ୍ରାୟ ୧୫ ପ୍ରତିଶତ ହ୍ରାସର ସଙ୍କେତ ଦେଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top