ଦେଶ

ଲଦାଖ ହଟ ସ୍ପ୍ରିଙ୍ଗରୁ ପଛକୁ ହଟିଲା ଚୀନ୍‌ ସେନା, ପୁଣି ହେବ କମାଣ୍ଡର ସ୍ତରୀୟ ଆଲୋଚନା

ଅର୍ଗସ ବ୍ୟୁରୋ: ଲଦାଖର ହଟ ସ୍ପ୍ରିଙ୍ଗ ରୁ ଚୀନ୍ ଏବଂ ଭାରତ ନିଜ ନିଜର ସେନା ପ୍ରତ୍ୟାହାର କରିଛନ୍ତି। Disengagemnet ପ୍ରକ୍ରିୟାରେ ଉଭୟ ଦେଶର ସୈନ୍ୟ ପଛକୁ ଫେରିଛନ୍ତି। ଏଥି ସହିତ ପାଙ୍ଗଙ୍ଗକୁ ନେଇ ଆସନ୍ତା ସପ୍ତାହରେ କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ସାମରିକ, କୂଟନୈତିକ ଏବଂ ରାଜନୈତିକ ସ୍ତରରେ ଆଲୋଚନା ହେତୁ PP 15 ରେ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ହୋଇଛି। ଏହା ପୂର୍ବରୁ, ଗାଲଭାନ୍ ଏବଂ ଗୋଗ୍ରା ଅଞ୍ଚଳରେ ମଧ୍ୟ ସେନା ପ୍ରତ୍ୟାହାର ହୋଇଛି। ପୂର୍ବ ଲଦାଖର PP 15, PP 14 ଏବଂ PP 17A ରେ ସେନା ପ୍ରତ୍ୟହାର ହୋଇ ସାରିଛି। ପାଙ୍ଗଙ୍ଗ ଏବଂ ହଟ୍ ସ୍ପ୍ରିଙ୍ଗ୍ ରେ ଉଭୟ ଦେଶ ଶକ୍ତି ପ୍ରଦର୍ଶନ କରିଥିଲେ। ଉତ୍ତେଜନାମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ସେନା ମଧ୍ୟ ସମ୍ପୂର୍ଣ୍ଣ ସତର୍କ ରହିଛି।

LAC ରେ ଉଭୟ ଦେଶର ସେନା ମଧ୍ୟରେ ମେ ମାସ ଆରମ୍ଭରୁ ଉତ୍ତେଜନା ଦେଖାଦେଇଥିଲା। ଅଘଟଣକୁ ଏଡ଼େଇବା ପାଇଁ ଆଲୋଚନା ଜାରି ରହିଛି। 14 ଜୁଲାଇରେ, ଶେଷ ଥର ପାଇଁ ଉଭୟ ଦେଶର ସାମରିକ ଅଧିକାରୀମାନେ କଥା ହୋଇଥିଲେ  । କୋର କମାଣ୍ଡରଙ୍କ ବୈଠକ ପରେ ଚୀନ୍ ପଛକୁ ଫେରିବ ବୋଲି ସଂକେତ ଦେଇଥିଲା। ଚାଇନା ଫିଙ୍ଗର 4 ଏବଂ 5 ଅଞ୍ଚଳରେ ରହିବାକୁ ଚାହୁଁଛି। ଜୁନ୍ 15 ରେ ଲଦାଖର ଗାଲଭାନ୍ ଉପତ୍ୟକାରେ ଚୀନ୍ ଏବଂ ଭାରତ ସୈନ୍ୟ ମାନଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top