ଜୀବନ ମନ୍ତ୍ର

+2 ପ୍ରଥମ ବର୍ଷରେ ରହିବ ପାସ୍, ଫେଲ ବ୍ୟବସ୍ଥା

otet exam

ଭୁବନେଶ୍ୱର: ଏଣିକି ଯୁକ୍ତ ଦୁଇ ପ୍ରଥମ ବର୍ଷରେ ରହିବ ପାସ୍, ଫେଲ ବ୍ୟବସ୍ଥା ।  ଦ୍ୱିତୀୟ ବର୍ଷକୁ ଯିବାକୁ ହେଲେ ଛାତ୍ରଛାତ୍ରୀଙ୍କୁ  33 ପ୍ରତିଶତ ମାର୍କ ରଖିବା ବାଧ୍ୟତା ମୂଳକ  । ତେବେ ଦ୍ୱିତୀୟ ବର୍ଷକୁ ଯିବାକୁ ଏବଂ ପରୀକ୍ଷାରେ 33 ପ୍ରତିଶତ ମାର୍କ ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ଦୁଇଟି ସୁଯୋଗ ମିଳିବ । ପ୍ରଥମ ପରୀକ୍ଷାରେ ଛାତ୍ରଛାତ୍ରୀ ଅକୃତକାର୍ଯ୍ୟ ହେଲେ ଏକ୍ସଟ୍ରା କ୍ଲାସ୍‌ କରି ସେମାନେ ପରବର୍ତ୍ତୀ ପରୀକ୍ଷା ଦେଇପାରିବେ ।

ତେବେ ଚଳିତ ବର୍ଷ ଫେବୃଆରୀ 15ରୁ 29 ଯାଏଁ ପ୍ରଥମ ପରୀକ୍ଷା ହେବାକୁ ଥିବା ବେଳେ ଦ୍ୱିତୀୟ ପରୀକ୍ଷା ଫେବୃଆରୀର ଶେଷ ସପ୍ତାହରେ ହେବାକୁ ଧାର୍ଯ୍ୟ କରାଯାଇଛି । ପରେ ପରୀକ୍ଷା ରେଜଲ୍ଟ ସମସ୍ତ କଲେଜ ଉଚ୍ଚ ମାଧ୍ୟମିକଶିକ୍ଷା ନିର୍ଦ୍ଦେଶାଳୟକୁ ଜଣାଇବେ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ପାଠ ପଢ଼ାରେ ସଂସ୍କାର ଆଣିବା ପାଇଁ ରାଜ୍ୟ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି । ପ୍ରଥମେ ଉପସ୍ଥାନ ଏବଂ ଏକ୍ସଟ୍ରା କ୍ଲାସ୍‌ ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଏବେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପାସ୍‌, ଫେଲ ବ୍ୟବସ୍ଥା ଲାଗୁ କରାଯାଇଛି । ସ୍କୁଲରେ ଗ୍ରୀଷ୍ମ ଅବକାଶରେ ଏକ୍ସଟ୍ରା କ୍ଲାସ କରି ପଢ଼ାରେ ଦୁର୍ବଳ ପିଲାମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ସରକାର ନିଷ୍ପତ୍ତି ନେବା ପରେ ପୁଣି କଲେଜରେ ମଧ୍ୟ ସମାନ ଢ଼ାଞ୍ଚା ଆପଣାଇଥିଲେ । ତେବେ ସରକାରଙ୍କ ଏଭଳି ପ୍ରୟାସ କେତେ ସଫଳତା ଦେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top