ନ୍ୟୁଜ୍

ଟ୍ରେନ ଧକ୍କାରେ ଓଡ଼ିଆ ସିନେମା ଜଗତର ହାସ୍ୟାଭିନେତାଙ୍କ ମୃତ୍ୟୁ

death

ଖୋର୍ଦ୍ଧା: ଓଡ଼ିଆ ସିନେମା ଜଗତର ଜଣାଶୁଣା ହାସ୍ୟାଭିନେତା ପ୍ରେମାନନ୍ଦ ବାରିକଙ୍କ ଗତକାଲି ଟ୍ରେନ ଧକ୍କାରେ ମୃତ୍ୟୁ ଘଟିଛି। ପ୍ରେମାନନ୍ଦ ନିରାକାରପୁରରୁ ଟ୍ରେନରେ ଯାଉଥିବା ସମୟରେ ତାପଗଂ ଷ୍ଟେସନ ନିକଟରେ ଟ୍ରେନରୁ ଖସିପଡିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସ୍ଥଳରେ ଖୋର୍ଦ୍ଧା ରୋଡ ରେଳବାଇ ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ଖୋର୍ଦ୍ଧା ମେଡିକାଲକୁ ପଠାଇଛି । ଆଜି ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ।

ପ୍ରେମାନନ୍ଦ ଖୋର୍ଦ୍ଧା ମୂଖ୍ୟ ଡାକ କାର୍ଯ୍ୟାଳୟରେ କାମକରୁଥିଲେ । ସେ ୧୦ରୁ ଉର୍ଦ୍ଧ ଓଡିଆ ସିନେମାରେ ହାସ୍ୟାଭିନେତା ଭୂମିକାରେ ଅଭିନୟ କରିଛନ୍ତି ଏବଂ ଦୂରଦର୍ଶନ ଓ ଘରୋଇ ଟେଲିଧାରାବାହିକରେ ଅଭିନୟ କରିଛନ୍ତି।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top