ଦେଶ

ବୁଧବାର ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍‌ ଉପରେ ହେବ ଚର୍ଚ୍ଚା

Rajya Sabha

ନୂଆଦିଲ୍ଲୀ:  ରାତି ଅଧରେ ଲୋକସଭାରେ ନାଗରିକତା ସଂଶୋଧନ ବିଲ୍‌ ପାସ୍‌ ହେଲା । ଏବେ ରାଜ୍ୟସଭାରେ ବିଲ୍‌ ଆଗତ ଉପରେ ନଜର । ବୁଧବାର ରାଜ୍ୟସଭାରେ ଏହି ବିଲ୍‌ ଆଗତ ହେବାର ଅଛି । ଆସନ୍ତାକାଲି ଦ୍ୱିପ୍ରହର ୨ଟାରୁ ଏହା ଉପରେ ବିତର୍କ ଆରମ୍ଭ ହେବ । ଏହି ବିତର୍କ ପାଇଁ 6 ଘଣ୍ଟାା ସମୟ ଧାର୍ଯ୍ୟ କରାଯାଇଛି ।

 ବହୁଚର୍ଚିତ ନାଗରିକତା ସଂଶୋଧନ ବିଲକୁ ରାଜ୍ୟସଭାରେ ପାସ କରିବା ପାଇଁ ୧୨୦ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ବିଜେପି ପାଖରେ ଏବେ ୮୩ ଜଣ ସାଂସଦ ଅଛନ୍ତି । ଏହା ବ୍ୟତୀତ ଜେଡିୟୁର ୬ ଜଣ, ଏଆଇଡିଏମକେ ପାଖରେ ୧୧ ଜଣ ଓ ଅକାଳୀ ଦଳ ନିକଟରେ ୩ ଜଣ ସାଂସଦ ଏବଂ ୧୨ ଜଣ ମନୋନୀତ ସାଂସଦ ମଧ୍ୟ ବିଜେପିକୁ ସମର୍ଥନ ଜଣାଇବେ ।

ସୂଚନାନୁସାରେ,  ଗତକାଲି ଲୋକସଭାରେ ବହୁଚର୍ଚିତ ନାଗରିକତା ସଂଶୋଧନ ବିଲ୍ ଗୃହୀତ ପରେ କେନ୍ଦ୍ର ସରକାର ଏହାକୁ ରାଜ୍ୟସଭାରେ ପାସ କରାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ବିଲ୍ ଉପରେ ୧୨ ଘଣ୍ଟା ଧରି ଆଲୋଚନା ପରେ ମଧ୍ୟରାତିରେ ଲୋକସଭାରେ ଅନୁମୋଦନ ଲାଭ କରିଥିଲା। ବିଲ୍ ସପକ୍ଷରେ ୩୧୧ ଜଣ ମତଦାନ କରିଥିବା ବେଳେ ୮୦ ଜଣ ଏହାର ବିରୋଧ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top