ଦେଶ

ନାଗରିକତା ବିଲ୍‌କୁ ସମର୍ଥନ ଦେଲା ଶିବସେନା

sanjay

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍‌କୁ ମୋଦି କ୍ୟାବିନେଟ୍‌ ମୋହର ଲାଗାଇଛି । ଏହି ବିଲ୍‌କୁ କଂଗ୍ରେସର କିଛି ନେତା ବିରୋଧ କରୁଥିବାବେଳେ ଶିବସେନା ଏହାକୁ ଖୋଲାଖୋଲି ସମର୍ଥନ ଦେଇଛି । ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ,  ଆମର ସ୍ୱର ସବୁବେଳେ ବିନା ଅନୁମତିରେ ପ୍ରବେଶ କରୁଥିବା ଲୋକଙ୍କ ବିରୋଧରେ  । ସେ ଆହୁରୀ ମଧ୍ୟ କହିଛନ୍ତି ଆମେ ସବୁବେଳେ ରାଷ୍ଟ୍ରକୁ ସୁରକ୍ଷା ଦେଉଥିବା ସରକାରଙ୍କ ସହିତ ଅଛୁ ।

ବୁଧବାର ଦିନ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ନାଗରିକତା ସଂଶୋଧନ ବିଲକୁ ମଞ୍ଜୁରୀ ପ୍ରଦାନ କରିଛି । ଏହି ବିଲ ସଂସଦରେ ପାରିତ ହେବା ପରେ ଆଇନ୍‌ରେ ପରିଣତ ହେବ । ଆଇନ୍‌ରେ ପରିଣତ ହେବା ପରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଙ୍ଗଲାଦେଶରେ ଅତ୍ୟାଚାରର ଶିକାର ହେଉଥିବା ହିନ୍ଦୁ, ଇସାଇ, ସିଖ୍‌, ପାରସି, ଜୈନ ଓ ବୁଦ୍ଧିଷ୍ଟଙ୍କୁ ଭାରତର ନାଗରିକତା ଦିଆଯାଇପାରିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top