ଦେଶ

ନାଗରିକତା ସଂଶୋଧନ ବିଲ୍‌କୁ ସମର୍ଥନ ଦେଲା ଜେଡ଼ିୟୁ

saha

ନୂଆଦିଲ୍ଲୀ: ଲୋକସଭାର ପ୍ରଥମ ପରୀକ୍ଷାରେ ସଫଳ ହେବା ପରେ ନାଗରିକତା ସଂଶୋଧନ ବିଲ ଏବେ ରାଜ୍ୟସଭାରେ ଆଗତ ହୋଇଛି । ରାଜ୍ୟସଭାରେ ଏହି ବିଲ୍‌ ଆଗତ କରିଛନ୍ତି ଗୃହମନ୍ତ୍ରୀ ଅମିତ୍‌ ଶାହ । ଗୃହରେ ବିଲ୍‌ ଉପରେ ଚର୍ଚ୍ଚା ଜୋରସୋର ଆରମ୍ଭ ହୋଇଯାଇଛି । ବିଲ୍‌କୁ ଜେଡିୟୁ ସମର୍ଥନ କରିଛି ।  ଜେଡିୟୁ ସାଂସଦ  ରାମଚନ୍ଦ୍ର ପ୍ରସାଦ ସିଂହ ନାଗରିକତା ସଂଶୋଧନ ବିଲକୁ  ସମର୍ଥନ ଦେଇ କହିଛନ୍ତି ବିରୋଧି ଏହି ବିଲ୍‌କୁ ନେଇ ଭ୍ରମ ସ୍ରଷ୍ଟି କରୁଛି । ବିଲ୍‌ରେ ସମ୍ବିଧାନର ଉଲ୍ଲଙ୍ଘନ କରାଯାଇନି କି ଧାରା 14ର ଉଲ୍ଲଙ୍ଘନ ମଧ୍ୟ ହୋଇନି ।

ବିଧେୟକ ଆଗତ କରି ଗୃହମନ୍ତ୍ରୀ ଶାହା କହିଲେ, ଯେଉଁ ମୁସଲମାନମାନେ ଭାରତର ନାଗରିକ ସେମାନେ ନାଗରିକ ହୋଇ ରହିବେ। ସେମାନଙ୍କ ବିରୋଧରେ ବୈଷମ୍ୟତା ରହିବ ନାହିଁ। ଆମେ ଅନ୍ୟ ଦେଶର ମୁସଲମାନମାନଙ୍କୁ ନାଗରିକତ୍ୱ ଦେଇ ପାରିବୁ ନାହିଁ। ଭାରତର ମୁସଲମାନମାନେ ଚିନ୍ତିତ ହେବା ଅନାବଶ୍ୟକ, ଏହି ବିଲ୍‌ ଭାରତରେ ଥିବା ମୁସଲମାନଙ୍କ ବିରୋଧାଚରଣ କରୁଛି ବୋଲି ଭୁଲ୍‌ ସୂଚନା ପ୍ରଘଟ ହୋଇଛି। କାହାଦ୍ୱାରା ଉଦ୍‌ଭ୍ରାନ୍ତ ହୁଅନ୍ତୁ ନାହିଁ । ଏହି ବିଧେୟକ ଅନୁସୂଚୀତ ଜନଜାତିଙ୍କ ପ୍ରତି ଲାଗୁ ହେବ ନାହିଁ, ମିଜୋରାମରେ ମଧ୍ୟ ଲାଗୁ ହେବ ନାହିଁ ବୋଲି ଶାହା କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top