ଦେଶ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ସଂଶୋଧନ ବିଲ୍‌

Amit-Shah

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଗତ ହୋଇଛି ନାଗରିକତା ସଂଶୋଧନ ବିଲ ।  ଲୋକସଭାରେ ନାଗରିକତା ସଂଶୋଧନ ବିଲ୍‌ ପାସ୍‌ ହେବା ପରେ ଏବେ ରାଜ୍ୟସଭାରେ ଏହି ବିଲ୍‌ ଆଗତ ହୋଇଛି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ଏହି ବିଲ୍‌କୁ ରାଜ୍ୟସଭାରେ ଆଗତ କରିଛନ୍ତି । ଶାହ ରାଜ୍ୟସଭାରେ ବିଲ୍‌ ଉପରେ ଆଲୋଚନା କରି କହିଛନ୍ତି, ଏହା ଏକ ଐତିହାସିକ ବିଲ୍‌ । ଏହି ବିଲ୍‌ ଦ୍ୱାରା କୋଟି କୋଟି ଲୋକଙ୍କୁ ଲାଭ ମିଳିବ । ଦେଶରେ ରହୁଥିବା ଆଫଗାନିସ୍ତାନ, ପାକିସ୍ତାନ, ବାଙ୍ଗାଲାଦେଶରେ ଯେଉଁ ଅଳ୍ପ ସଂଖ୍ୟକ ରହୁଛନ୍ତି ତାଙ୍କ ଅଧିକାରକୁ ସୁରକ୍ଷା ଦେଇହେଉନଥିଲା, ସେମାନଙ୍କୁ ସେଠାରେ ସମାନତାର ଅଧିକାର ମଧ୍ୟ ମିଳୁନଥିଲା କିନ୍ତୁ ଏବେ ଏହି ବିଲ୍‌ ମାଧ୍ୟମରେ ତାଙ୍କୁ ଏ ସବୁ ସୁବିଧା ମିଳିବ ।  ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁ ମାନେ ଅଳ୍ପ ସଂଖ୍ୟକ ଧାର୍ମୀକ ପ୍ରତାରଣା କାରଣରୁ ଭାରତ ଆସିଥିଲେ ସେମାନଙ୍କୁ ଏଠାରେ ସୁବିଧା ମିଳି ନହିଁ । ଏହି ବିଲ୍‌ ମାଧ୍ୟମରେ ହିନ୍ଦୁ, ଜୈନ୍ୟ, ସିଖ, ବୌଦ୍ଧ, ଇସାଇ,ପାର୍ସି‌ ଶରଣାର୍ଥିଙ୍କୁ  ରିହାତି ମିଳିବ ବୋଲି ଶାହା କହିଛନ୍ତି ।

ରାଜ୍ୟସଭାରେ ଏହି ବିଲ ଉପରେ ବିତର୍କ ପାଇଁ ୬ ଘଣ୍ଟାା ସମୟ ଧାର୍ଯ୍ୟ କରାଯାଇଛି । ବହୁଚର୍ଚିତ ନାଗରିକତା ସଂଶୋଧନ ବିଲକୁ ରାଜ୍ୟସଭାରେ ପାସ କରିବା ପାଇଁ ୧୨୦ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ବିଜେପି ପାଖରେ ଏବେ ୮୩ ଜଣ ସାଂସଦ ଅଛନ୍ତି । ଏହା ବ୍ୟତୀତ ଜେଡିୟୁର ୬ ଜଣ, ଏଆଇଡିଏମକେ ପାଖରେ ୧୧ ଜଣ ଓ ଅକାଳୀ ଦଳ ନିକଟରେ ୩ ଜଣ ସାଂସଦ ଏବଂ ୧୨ ଜଣ ମନୋନୀତ ସାଂସଦ ମଧ୍ୟ  ଏହି ବିଲ୍‌କୁ ମର୍ଥନ ଦେବାର ସମ୍ଭାବନା ରହିଛି ।

ସୂଚନାନୁସାରେ, ଲୋକସଭାରେ ବହୁଚର୍ଚିତ ନାଗରିକତା ସଂଶୋଧନ ବିଲ୍ ଗୃହୀତ ପରେ କେନ୍ଦ୍ର ସରକାର ଏହାକୁ ରାଜ୍ୟସଭାରେ ଆଗତ ହୋଇଛି  । ଏହି ବିଲ୍ ଉପରେ ୧୨ ଘଣ୍ଟା ଧରି ଆଲୋଚନା ପରେ ମଧ୍ୟରାତିରେ ଲୋକସଭାରେ ଅନୁମୋଦନ ଲାଭ କରିଥିଲା। ବିଲ୍ ସପକ୍ଷରେ ୩୧୧ ଜଣ ମତଦାନ କରିଥିବା ବେଳେ ୮୦ ଜଣ ଏହାର ବିରୋଧ କରିଥିଲେ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top