ଦେଶ

ବିମାନରେ ମଝି ସିଟ୍‌ ଯାତ୍ରୀଙ୍କ ପାଇଁ ବିଶେଷ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ

plane

 ନୂଆଦିଲ୍ଲୀ: ଆଜିଠୁ ଦେଶର ଲାଗୁ ହୋଇଛି ଅନଲକ୍‌-1  । ଧିରେଧରେ ସ୍କୁଲ, କଲେଜ, ସପିଂ ମଲ୍‌, ସିନେମା ହଲ ଖୋଲିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି । ଏହାସହ ବିମାନ ସ୍ୱାଭାବିକ ହେବା ନେଇ ମଧ୍ୟ ଆଶା ପ୍ରକଟ ପାଇଛି । ତେବେ ବିମାନ ସେବା ଯୋଗାଉଥିବା ଏୟାରଲାଇନ୍ସ କର୍ତ୍ତୃପକ୍ଷଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସିଭିଲ ଆଭିଏସନ ନିର୍ଦ୍ଦେଶାଳୟ ।

ମଝି ସିଟ୍‌ ଖାଲି ରଖି ସିଟ୍‌ ଆବଣ୍ଟିତ କରିବାକୁ  ଏୟାରଲାଇନ୍ସ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଯାତ୍ରୀଙ୍କ ସଂଖ୍ୟା ଅଧିକ ଥାଏ ଏବଂ ସିଟ୍‌ ଖାଲି ଥାଏ ତେବେ ଏଭଳି ପରିସ୍ଥିତିରେ ମଝି ସିଟ୍‌ରେ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କୁ ଅତିରିକ୍ତ ସୁରକ୍ଷା ସରଞ୍ଜାମ ଯୋଗାଇ ଦେବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି ନାଗରିକ ଉଡ୍ଡୟନ ମହାନିର୍ଦ୍ଦେଶାଳୟ ।

ମଝି ସିଟ୍‌ରେ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କ ପାଇଁ ବିଶେଷ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ସେମାନଙ୍କୁ ଗାଉନ୍‌ ସହ ତିନି ସ୍ତର ବିଶିଷ୍ଟ ମାସ୍କ ଏବଂ ଫେସ୍‌ ସିଲ୍ଡ ଯୋଗାଇ ଦିଆଯିବ ।

ଏହାବ୍ୟତୀତ ଅତି ଆବଶ୍ୟକୀୟ ପରିସ୍ଥିତିକୁ ବାଦ ଦେଲେ ବିମାନ ଭିତରେ ଖାଦ୍ୟ, ପାନୀୟ ଯୋଗାଇ ଦିଆଯିବ ନାହିଁ । ଏହାସହ ଯେପରି କୌଣସି ଯାତ୍ରୀ ପ୍ରବେଶ ବା ପ୍ରସ୍ଥାନ ଗେଟ ଆଗକୁ ତରବରିଆ ଭାବେ ନଯାଆନ୍ତି ତା ଉପରେ ନଜର ଦେବାକୁ ମଧ୍ୟ ଏୟାରଲାଇନ୍ସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି ମହାନିର୍ଦ୍ଦେଶାଳୟ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top