ନ୍ୟୁଜ୍

କୋରୋନା ସଚେତନତା କରିବାକୁ ଯାଇ ହଟହଟା ହେଲେ ତହସିଲଦାର

ଦିଗପହଣ୍ଡି : କୋରୋନା ସଚେତନତା କରିବାକୁ ଯାଇ ହଟହଟା ହେଲେ ଦିଗପହଣ୍ଡି ତହସିଲଦାର ଅଦ୍ଵୈତ ସ୍ଵାଇଁ। ଦିଗପହଣ୍ଡି ଥାନା ଅନ୍ତର୍ଗତ ଘୋଡ଼ା ହାଡ଼ ଡ଼୍ୟାମ ମୁଖ୍ୟ ରାସ୍ତା କଡ଼ରେ ଥିବା ବିଦେଶୀ ମଦ ଦୋକାନକୁ ତହସିଲଦାର ସଚେତନ କରୁଥିବା ବେଳେ ମଦ ଓ ଫାଷ୍ଟଫୁଡ ଦୋକାନୀଙ୍କ ଆକ୍ରୋଶର ଶୀକାର ହୋଇଛନ୍ତି। ଯାହାର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଗତ 14 ତାରିଖ ଦିନ ଘୋଡ଼ା ହାଡ଼ ଡ଼୍ୟାମ ମୁଖ୍ୟ ରାସ୍ତା କଡ଼ରେ ଥିବା ବିଦେଶୀ ମଦ ଦୋକାନ ନିକଟରେ ବହୁ ଜନଗହଳି ଥିଲା । ଏପରିକି ଏଠାରେ ଗଦା ଗଦା ମଇଳା, ମଦ ବୋତଲ ଓ ପ୍ଲାଷ୍ଟିକ ପାଣି ବୋତଲ ପଡିଥିବା ଦେଖିବାକୁ ମିଳିଥିଲା । ଯେଉଁଥି ପାଇଁ ରାତିରେ ତହସିଲଦାର ଅଦ୍ଵୈତ ସ୍ଵାଇଁ ଓ ଏନ.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ କୋରୋନା ମହାମାରୀ ପ୍ରତି ମଦ ଦୋକାନକୁ ସଚେତନ କରୁଥିଲେ। ଯାହା ଫଳରେ ତାଙ୍କ ଉପରକୁ କିଛି ମଦୁଆ ଓ ଫାଷ୍ଟଫୁଡ ଦୋକାନୀ ତାଙ୍କୁ ଘେରି ପକାଇଥିଲେ। ତହସିଲଦାରଙ୍କୁ ଠେଲାପେଲା କରିବା ସହ ଏଠାକୁ କାହିଁକି ଆସିଛ ବୋଲି ପ୍ରଶ୍ନ କରିଥିଲେ । ଏପରିକି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲେ । ଯାହାକୁ ନେଇ ସେଠାରେ ଦୀର୍ଘ ସମୟ ଧରି ଉତ୍ତେଜନା ଦେଖାଦେଇଥିଲା ।

ଏହି ଘଟଣାକୁ ନେଇ ତହସିଲଦାର ପୋଲିସକୁ ଖବର ଦେବା ପରେ ମଦୁଆ ଓ ଫାଷ୍ଟଫୁଡ ଦୋକାନୀ ଛତ୍ର ଭଙ୍ଗ ଦେଇଥିଲେ। ତେବେ ସେଠାରେ ଉପସ୍ଥିତ କିଛି ଲୋକ ତାଙ୍କ ମୋବାଇଲରେ ଏହି ଭିଡିଓ ଉତ୍ତୋଳନ କରିଥିଲେ । ଯାହାକି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ସଂପୃକ୍ତ ମଦ ଦୋକାନୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି। ତେବେ ଦୋକାନ ସାମ୍ନାରେ ଜନ ଗହଳି ଓ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିଲା ବେଳେ କିଭଳି ପୋଲିସ, ପ୍ରଶାସନ ଓ ଅବକାରୀ ବିଭାଗର ଆଖି ପଡିନି ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top