ନ୍ୟୁଜ୍

ରାସ୍ତା ଉପରେ ଚାଲିଛି ଗୃହ ନିର୍ମାଣ, ସମସ୍ୟାରେ ୱାର୍ଡ଼ବାସୀ

talcher

ଅନୁଗୋଳ: ରାସ୍ତା ଉପରେ ଚାଲିଛି ଗୃହ ନିର୍ମାଣ । ବାରମ୍ୱାର ଏ ନେଇ ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଏଥିପ୍ରତି ନେଉନାହିଁ ପଦକ୍ଷେପ । ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାଳଚେର ୧୨ନଂ ୱାର୍ଡ଼ ଅନ୍ତର୍ଗତ ରେମୁଆଁବାସୀ ।

ରାତାରାତି ରାସ୍ତା ଉପରେ ଗୃହ ନିର୍ମାଣ । ଘରୁ ବାହାରି ପାରୁନାହାନ୍ତି ଲୋକେ । ଯାତାୟତରେ ବହୁ ଅସୁବିଧା ଭୋଗୁଛନ୍ତି ତାଳଚେର ଅଞ୍ଚଳର ୧୨ନଂ ୱାର୍ଡ଼ ଅନ୍ତର୍ଗତ ରେମୁଆଁବାସୀ । ଏହି ଗାଁରେ ପାଖାପାଖି ୨ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି । ଗାଁର ମୂଖ୍ୟରାସ୍ତାରେ ଯୋଗେଶ୍ୱର ସାହୁ ନାମକ ଜଣେ ବ୍ୟକ୍ତି ଗୃହ ନିର୍ମାଣ କରୁଥିବାରୁ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ଆଣିଛନ୍ତି ।

ଅନ୍ୟପଟେ ଉକ୍ତ ରାସ୍ତାଟି ଯେଉଁ ଯାଗାରେ ରହିଛି ତାହା ଯୋଗେଶ୍ୱର ସାହୁଙ୍କ ନିଜ ନାମରେ ରହିଥିବାର ଦାବି କରି ଗୃହ ନିର୍ମାଣ କରୁଛନ୍ତି । ଏହାସହ ୧୯୮୫ ମସିହା ସେଟେଲମେଂଟ ପଟ୍ଟା ଅନୁସାରେ ଉକ୍ତ ଜାଗା ତାଙ୍କ ନାମରେ ରହିଥିବାର ସେ ରୋକଠୋକ୍‌ ପ୍ରକାଶ କରିଛନ୍ତି । ତେବେ ଘର ନିର୍ମାଣ କରିଥିବା ବ୍ୟକ୍ତିଙ୍କୁ କାମ ବନ୍ଦ କରିବାକୁ ନୋଟିସ କରାଯିବା ସହ ତହସିଲଦାରଙ୍କୁ ଉକ୍ତ ଜାଗାର ଡିମାର୍କେସନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଅତୀତର ଶାବକ ପଟ୍ଟାକୁ ଅନୁଧ୍ୟାନ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ । ତେବେ କେବେ ଏହି ଗାଁ ଲୋକଙ୍କ ସମସ୍ୟାର ସମାଧାନ ହେବ ତାହା ଦେଖିବାକୁ ବାକି ରହିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top