ଅପରାଧ

ଜମି ବିବାଦକୁ ନେଇ ଲଙ୍କାକାଣ୍ଡ, ଜଣେ ମୃତ

gandagola

ବାଲେଶ୍ୱର: ବାଲେଶ୍ୱର ବାଲିଆପାଳ ଥାନା ଅନ୍ତର୍ଗତ କଟ୍ରାମହଲ ଗ୍ରାମରେ ଅଘଟଣ ।  ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗ୍ରାମର ଭାନୁ ଚରଣ ଦଳେଇ ନାମକ ଜଣେ ବ୍ୟକ୍ତି ଜୋରଜବରଦସ୍ତ ଗୃହ ନିର୍ମାଣ କରୁଛନ୍ତି । ଯାହାକୁ ନେଇ ଆଜି ଗ୍ରାମରେ ତୁମୁଳ କାଣ୍ଡ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ସେହି ଗ୍ରାମର ଭାନୁ ଚରଣ ଦଳାଇ ଜୋର ଜବରଦସ୍ତ ସ୍କୁଲ ଜାଗାକୁ ଜବରଦଖଲ କରି ଗୃହ ନିର୍ମାଣ କରିବା ପାଇଁ ଯାଉଥିବା ବେଳେ  ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚିଥିଲେ ।  ତେବେ ପୂର୍ବରୁ ପ୍ରସ୍ତୁତ ଥିବା ଭାନୁ ଚରଣ ଦଳେଇଙ୍କ ପରିବାର ଲୋକେ ଗ୍ରାମବାସୀଙ୍କ ଉପରକୁ ଲଙ୍କା ପାଣି ଫିଙ୍ଗି ଥିଲେ । ପରେ ବିଭିନ୍ନ ମାରଣାସ୍ତ୍ରରେ ଗ୍ରାମବାସୀଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ଆକ୍ରମଣରେ 7 ଜଣ ଗ୍ରାମବାସୀ ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସେହି ଗ୍ରାମର ରାମଚନ୍ଦ୍ର ଗିରି ।  ଗୁରୁତର ମାନଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top