ଦେଶ

ହଷ୍ଟେଲର ବାଥରୁମ୍‌ରେ ଶିଶୁକୁ ଜନ୍ମ ଦେଲେ ଛାତ୍ରୀ

ଛତିଶଗଡ଼: +2ରେ ପଢୁଥିବା ଜଣେ ଛାତ୍ରୀ ଏକ ମୃତ ଶିଶୁକୁ ଜନ୍ମ ଦେଇଛନ୍ତି । ଛତିସଗଡର ଦାନ୍ତେବାଡାର ପତାରରସରେ 17 ବର୍ଷୀୟା ଛାତ୍ରୀ ହଷ୍ଟେଲର ବାଥ୍‌ରୁମ୍‌ରେ ଜଣେ ଶିଶୁକୁ ଜନ୍ମ ଦେଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ  ଚାଞ୍ଚଲ୍ୟ ଖେଳିଯାଇଛି ।  ଅସୁରିକ୍ଷିତ ପ୍ରସବ କାରଣରୁ  ଜନ୍ମ ପରେ  ନବଜାତ ଶିଶୁର  ମୃତ ଘଟିଛି ।

ଝିଅଟି ଅବିବାହିତ ଥିବା ଖବର ପରିବାର ତରପରୁ ସୂଚନା ମିଳିଛି । ତେବେ ଘଟଣାର ଖବର ପାଇ ପୋଲିସ୍‌ ପହଞ୍ଚି ତଦନ୍ତ ଚଳାଇଛି । ଏହି ସମସ୍ତ ଘଟଣା  ହଷ୍ଟଲର ଅଧିକ୍ଷିକ ହେମଲତା ନାଗଙ୍କ ସାମ୍ନାରେ ଘଟିଥିଲା  । ସେ ଏହି ଘଟଣାକୁ ଚପେଇଦବା ପାଇଁ ଚେଷ୍ଟା କରୁଥିବା ସୂଚନା ପୋଲିସ୍‌ ଦେଇଛି ।  ତେଣ ତାଙ୍କୁ ନିଲମ୍ବିତ କରାଯାଇଛି ।

ଯୁବତୀଙ୍କ କହିବାନୁଯାୟୀ, ସେ  ଦୁଇ ବର୍ଷ ହେବ ନିଜ ଗାଁର  ଜଣେ ଯୁବକଙ୍କ ସହ ସମ୍ପର୍କରେ ଥିଲେ ।  ସ୍କୁଲ ପ୍ରଶାସନ ମୃତ ଶିଶୁକୁ ଯୁବତୀର ପରିବରର ଲୋକଙ୍କୁ  ହସ୍ତାନ୍ତର କରିଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top