ରାଜ୍ୟ

‘ପାଣିପାଗ ପରିବର୍ତ୍ତନର ପ୍ରଭାବ ଉଭୟ ଖାଦ୍ୟ ଉତ୍ପାଦନ ଓ ଶରୀର ଉପରେ ପଡ଼ୁଛି’

ଭୁବନେଶ୍ୱରଛ: ପାଣିପାଗ ପରିବର୍ତନ ଏବଂ ପ୍ରାକୃତିକ ବି ର୍ଯ୍ୟୟର ପ୍ରଭାବ ବିଶେଷ ଭାବେ କୃଷକ ଏବଂ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ପଡ଼ୁଛି । ଚଳିତ ବର୍ଷ ଯେଉଁଭଳି ଭାବେ ଦେଶରେ ପିଆଜ ସଂକଟ ଦେଖାଗଲା ତାହା କେବଳ ପାଣିପାଗ ପରିବର୍ତନ ଯୋଗୁଁ ଘଟିଲା । କାରଣ ପିଆଜ ଉତ୍ପାଦନ ହେଉଥିବା ସ୍ଥାନ ଗୁଡ଼ିକରେ ଅଧିକ ବର୍ଷା ହେବା ଫଳରେ ଚାଷ ଠିକ୍ ଭାବେ ହୋଇପାରିଲା ନାହିଁ । ଖାଦ୍ୟ ଉତ୍ପାଦନ ଏବଂ ଶାରୀରିକ ଅସୁସ୍ଥତା ପାଣିପାଗ ପରିବର୍ତନର ପ୍ରଭାବ ଯୋଗୁଁ ଘଟୁଥିବା ବିଶେଷଜ୍ଞମାନେ ମତ ଦେଇଥିଲେ । ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଠାରେ ଆୟୋଜିତ ସର୍ବଭାରତୀୟ ବିଜ୍ଞାନ ଶିକ୍ଷକ ସଂଘ (ଏଆଇଏସ୍‌ଟିଏ) ୨୦୧୯ ର ୫୦ ତମ ବାର୍ଷିକ ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଶିଷ୍ଟ ଅତିଥିମାନେ ପାଣିପାଗ ପରିବର୍ତନ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ।

ସମ୍ମିଳନୀର ପ୍ରସଙ୍ଗ ରହିଥିଲା ‘ପାଣିପାଗପରିବର୍ତନ, ଆମର ଭୂମିକା’ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆମିଟି ହ୍ୟୁମାନିଟି ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ପ୍ରଫେସର ଚକ୍ରଧର ଶତପଥୀ କହିଥିଲେ ଯେ ପାଣିପାଗ ପରିବର୍ତନ ଯୋଗୁଁ ସକାରାତ୍ମକ ପ୍ରଭାବ ଅପେକ୍ଷା ନକାରାତ୍ମକ ପ୍ରଭାବ ଅଧିକ ପଡ଼ୁଛି । ଏହାଦ୍ୱାରା ଅଧିକ ରୋଗ ମଧ୍ୟ ବଢ଼ୁଛି । ଫସଲହାନୀ ମଧ୍ୟ ଅଧିକ ଘଟୁଛି । ତେବେ ଏଦିଗରେ ବିଜ୍ଞାନ ଶିକ୍ଷକମାନେ ଯତ୍ନବାନ ହେବା ଉଚିତ୍ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦରଭଙ୍ଗା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ପାଟନା ବିଶ୍ୱବିଦ୍ୟାଳୟର ପ୍ରଫେସର ରମଣୀ ପ୍ରସାଦ ସିହ୍ନା କହିଥିଲେ ଯେ ପାଣିପାଗ ପରିବର୍ତନ ଯୋଗୁଁ କେତେବେଳେ ଅଧିକ ବର୍ଷା ହେଉଛି ତ କେତେବେଳେ ବର୍ଷା ଜମାରୁ ହେଉ ନାହିଁ । ଉଭୟ କ୍ଷେତ୍ରରେ ଖାଦ୍ୟ ଉତ୍ପାଦନ କମୁଛି ।

ଚଳିତବର୍ଷ ପିଆଜ ଉତ୍ପାଦନ ସ୍ଥାନମାନଙ୍କରେ ଅତ୍ୟଧିକ ବର୍ଷା ଯୋଗୁଁ ପିଆଜ ସଂକଟ ଦେଖାଦେଲା । ଏହାହିଁ ପାଣିପାଗ ପରିବର୍ତନର ଘୋର ପ୍ରଭାବ ବୋଲି ସେ କହିଥିଲେ । ଏହି ସମ୍ମିଳନୀରେ ସୋଆ କୁଳପତି ପ୍ରଫେସର ଆର୍‌.କେ. ଚୌହାନ୍ ନିଜ ଅଭିଭାଷଣରେ କହିଥିଲେ ଯେ ପାଣିପାଗ ପରିବର୍ତନ ଏକ ଉଦ୍‌ବେଗର ପ୍ରସଙ୍ଗ । ତେବେ ଏଦିଗରେ କେବଳ ବିଜ୍ଞାନ ଶିକ୍ଷକ ନୁହଁନ୍ତି ତେବେ ସବୁ ବିଷୟର ଶିକ୍ଷକମାନେ ଯତ୍ନବାନ ହେବା ଉଚିତ୍ ।

ସୋଆ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟର ଡିନ୍ ପ୍ରଫେସର ପି.କେ. ନନ୍ଦ ଯୋଗ ଦେଇ ପାଣିପାଗ ପରିବର୍ତନକୁ ବିଶ୍ୱର ଏକ ବଡ଼ ସମସ୍ୟା ବୋଲି ଅଭିହିତ କରିବା ସହ ଓଡ଼ିଶାରେ ମଧ୍ୟ ପ୍ରାକୃତିକ ବି ର୍ଯ୍ୟୟ ବାରମ୍ବାର ଘଟୁଥିବା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ । ତେବେ ସୋଆରେ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ଆରମ୍ଭ କରାଯାଇ ଏଦିଗରେ ଅଧିକ ଗବେଷଣା କରାଯାଉଥିବା ସେ ସୂଚନା ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top