ନ୍ୟୁଜ୍

୭୧ ତମ ଗଣତନ୍ତ୍ର ଦିବସ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର:  ଆଜି ଭାରତ ପାଳୁଛି ୭୧ତମ ଗଣତନ୍ତ୍ର ଦିବସ  । ଗାଁରୁ ଆରମ୍ଭ କରି ସହରର ସ୍କୁଲ-କଲେଜ ଓ ବିଭିନ୍ନ କାର୍ଯ୍ୟାଳୟରେ ଧୁମଧାମରେ ଗଣତନ୍ତ୍ର ଦିବସ ପାଳନ କରାଯାଉଛି । ଏଥି ପାଇଁ ସମଗ୍ର ଦେଶ ଉତ୍ସବ ମୁଖର ହୋଇଉଠିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟ୍ କରି କହିଛନ୍ତି ଯେ, ସାଧାରଣତନ୍ତ୍ର ଦିବସରେ ଦେଶରେ ମହାପୁରୁଷ ଓ ଅମର ଯବାନଙ୍କ ପ୍ରତି ମୋର ଶ୍ରଦ୍ଧାଞ୍ଜଳୀ ଜଣାଉଛି । ସମସ୍ତଙ୍କୁ ସାଥିରେ ନେଇ ଓଡ଼ିଶା ଆଜି ନୂତନ ସଂକଳ୍ପରେ ଆଗକୁ ବଢୁଛି। ସେବା, ସାହାସ, ଦକ୍ଷତା ଓ ପ୍ରତିବଦ୍ଧତା ହେବ ନୂଆ ଓଡ଼ିଶାର ପରିଚୟ । ଏହା ହେବ ଶ୍ରେଷ୍ଠ ଓଡ଼ିଶା । ଆସନ୍ତୁ ନୂଆ ଓଡ଼ିଶା ଗଠନ ଦିଗରେ ଏକ ହୋଇ କାମ କରି ଚାଲିବା ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ୭୧ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଟ୍ଵିଟ୍ କରି ଏକ ଭିଡ଼ିଓ ସେୟାର କରିଛନ୍ତି । ସେ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଯେ, ସମସ୍ତ ଦେଶବାସୀଙ୍କୁ ମୋର ଶୁଭେଚ୍ଛା । ଜୟ ହିନ୍ଦ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top