ନ୍ୟୁଜ୍

ନବୀନ ନିବସରେ ଏକାଠି ଲଞ୍ଚ କଲେ ଶାହ-ଧର୍ମେନ୍ଦ୍ର-ନବୀନ-ନିତିଶ-ମମତା

Naveen Lunch table

ଭୁବନେଶ୍ୱର: ଗୋଟିଏ ଟେବୁଲରେ ଏକାଠି ଲଞ୍ଚ କଲେ ନିତିଶ, ମମତା ଓ ନବୀନ । ଆଉ ତାଙ୍କ ସହ ସାମିଲଥିଲେ କେନ୍ଦ୍ର ପେଟ୍ରୋଲିସୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ନବୀନ ନିବାସରେ ଏହି ଲଞ୍ଚ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ମେ ଫେୟାରରୁ ଖାଦ୍ୟ ବରାଦ ଦିଆଯାଇଥିଲା । ତେବେ ପ୍ରାୟ 50 ପ୍ରକାର ଓଡ଼ିଆ ବ୍ୟଞ୍ଜନ ତାଙ୍କ ପାଇଁ ଉପଲବ୍ଧ ଥିଲା । ସେଥିରେ ଭାତ, ଡାଲି, ବାଇଗଣ ଭଜା, ଆଳୁ ମଟର, ରୁଟି, ଟମାଟୋ ଚଟଣି, ପାମ୍ପଡ଼, ଗୁଚି ପନିର, ବୁନ୍ଦି ରାଇତା, ଛେନାପୋଡ଼, ରସ ମଲାଇ ଏବଂ ଏହାସହ ଘରୋଇ ଶୈଳୀରେ ପ୍ରସ୍ତୁତ ମାଛ ବେସର ପ୍ରମୁଖ ସାମିଲ ଥିଲା ।

ଶାହ ଆଜିଠୁ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି । ପ୍ରଥମେ ଲୋକସେବା ଭବନରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ନବୀନ ନିବାସରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିଥିଲେ । ଏହା ପରେ ଅପରାହ୍ନରେ ସିଏଏ ସମର୍ଥନରେ ଜନତାମୈଦାନରେ ଆୟୋଜିତ ଏକ ବିଶାଳ ସଭାରେ ସମ୍ବୋଧନ କରିବେ । ଖାଲି ସେତିକି ନୁହେଁ ମେ’ ପେୟାରରେ ରାଜ୍ୟର ସବୁ ବିଜେପି ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିବେ ବୋଲି ମଧ୍ୟ ସ୍ଥିର ହୋଇଛି । ଆସନ୍ତାକାଲି ଶାହ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top