ନ୍ୟୁଜ୍

ସଂଖ୍ୟାଲଘୁ ଧର୍ମାନୁଷ୍ଠାନ ବିକାଶ ପାଇଁ ୧୬ କୋଟି ଟଙ୍କା ମଞ୍ଜୁର

bijepur election

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସଂଖ୍ୟାଲଘୁ ଧର୍ମାନୁଷ୍ଠାନଗୁଡ଼ିକର ବିକାଶ ପାଇଁ 16 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦିଆଯିବ ।

ନିଷ୍ପତ୍ତି ଅନୁଯାୟୀ ସତ୍ୟନଗର ଯୀଶୁ ଖ୍ରୀଷ୍ଟ ଏବଂ ମଦର ମେରି ଭୁବନେଶ୍ୱର କ୍ୟାଥଲିକ୍‌ ଚର୍ଚ୍ଚକୁ 2 କୋଟି ଟଙ୍କା ଓ ଭୁବେନଶ୍ୱର ୟୁନିଟ 4 କ୍ୟାପିଟାଲ ମସ୍‌ଜିଦ୍‌କୁ 2 କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେହିଭଳି କଟକ ମିଶନ ରୋଡ ସ୍ଥିତ କଟକ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ଏବଂ ଦରଘା ବଜାର କଦମ-ଇ-ରସୁଲ ମସ୍‌ଜିଦ୍‌କୁ 2 କୋଟ ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛି ।

ସେହିପରି କେନ୍ଦ୍ରାପଡ଼ା ଫରିଦାବାଦ ମରକାଜି ମସ୍‌ଜିଦ, ଭଦ୍ରକ ପୁରୁଣା ବଜାର ଜାମା ମସ୍‌ଜିଦ୍‌, ସମ୍ବଲପୁର ପଲଟନ ମସ୍‌ଜିଦ, ସମ୍ବଲପୁର ସେଣ୍ଟ ଯୋସେଫ୍‌ କ୍ୟାଥେଡ୍ରାଲ, ବ୍ରହ୍ମପୁର ଜାମିୟା ମସ୍‌ଜିଦ, ଗିରିରୋଡ ବ୍ରହ୍ମପୁର ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ, ରାଉରକେଲା ବିଶପ ମିଶନାରୀ ଏବଂ ରାଜଗାଙ୍ଗପୁର ସୁନ୍ନି ଜାମା ମସଜିଦ୍‌କଚ ଏକ କୋଟି ଲେଖାଏଁ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top