ନ୍ୟୁଜ୍

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, 5% ମହଙ୍ଗା ଭତ୍ତା ବୃଦ୍ଧି

Naveen

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାରୀ କର୍ମଚାରୀଙ୍କୁ ଉପହାର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନେକ ଦିନ ଧରି ଅପେକ୍ଷା କରି ରହିଥିବା ସରକାରୀ କର୍ମଚାରୀଙ୍କ ଆଶା ଆଜି କିଛି ମାତ୍ରାରେ ପୂରଣ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୫ ପ୍ରତିଶତ ମହଙ୍ଗା ଭତ୍ତା ଶୁକ୍ରବାର ବୃଦ୍ଧି କରାଯାଇଛି । ରାଜ୍ୟ ସରକାରଙ୍କ ସମସ୍ତ କର୍ମଚାରୀ ଏହି ମହଙ୍ଗା ଭତ୍ତା ଅନୁଯାୟୀ ଦରମା ପାଇବେ । ୨୦୨୦ ଜାନୁଆରୀ ପହିଲାରୁ ପିଛିଲା ଭାବେ ଏହାକୁ ଲାଗୁ କରାଯିବା ନେଇ ଘୋଷଣା କରାଯାଇଛି । ୭ମ ବେତନ କମିଶନଙ୍କ ଆଧାରରେ ଏହି ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି । ମହଙ୍ଗା ଭତ୍ତା ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିସାରିଛି । ସେପଟେ ଗୁରୁବାର ସପ୍ତମ ବେତନ କମିଶନର ବକେୟା ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ବେକେୟା ଥିବା 60 ପ୍ରତିଶତରୁ ୧୦ ପ୍ରତିଶତ ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ଗତକାଲି ଘୋଷଣା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top