ନ୍ୟୁଜ୍

ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରୀ: ‘ଲୋକଙ୍କ ସହ ଯୋଡ଼ି ହେବାକୁ ଟେକ୍‌ନୋଲୋଜିର ବ୍ୟବହାର କର’

ଭୁବନେଶ୍ୱର: କରୋନା ମୁକାବିଲା ନେଇ ବିଜେଡି ବିଧାୟକଙ୍କୁ ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଭଲ ସ୍ଥିତିରେ ରହିଛି । ଏହା ଲୋକଙ୍କ ସହଯୋଗ, ଜନପ୍ରତିନିଧି, କର୍ମଚାରୀଙ୍କ ପରିଶ୍ରମର ଫଳ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୃତ୍ୟୁହାର ମଧ୍ୟ କମ ଅଛି । କରୋନା ଯୁଦ୍ଧର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଆମେ ପହଞ୍ଚିଛେ । କରୋନା ମହାମାରୀ ସାଧାରଣ ଜୀବନରେ ବଡ଼ ଆହ୍ୱାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପୂର୍ବ ଅପେକ୍ଷା ଲୋକଙ୍କ ଅଧିକ ସେବା କରିବାକୁ ପଡ଼ିବ । ପ୍ରତି ଅଞ୍ଚଳରେ ଥିବା ଆମ କର୍ମୀ କୋଭିଡ଼ ଯୁଦ୍ଧରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି । ଜୀବନଜୀବିକା, ଦକ୍ଷତାବିକାଶ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ହେବ ବୋଲି ସେ କହିଛନ୍ତି । ଏହି ଯୁଦ୍ଧରେ ଆପଣମାନଙ୍କର ବଡ଼ ଭୂମିକା ରହିଛି । ଆପଣଙ୍କ ନେତୃତ୍ୱ ଉପରେ ଲୋକଙ୍କ ଭରସା ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହାସହ ଆଜି ବିଧାୟକ ମାନଙ୍କୁ ୮ ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ-

(୧) ବିଜେଡି ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ଦରକାର ।
(୨) ପ୍ରତି ଗାଁରେ ଥିବା ଆମ ଦଳର ସବୁ କର୍ମୀମାନେ କୋଭିଡ ସଂପର୍କିତ ବିଭିନ୍ନ କାର୍ଯ୍ୟକ୍ରମରେ ଭଲ୍ୟୁଣ୍ଟିର ଭାବରେ କାର୍ଯ୍ୟ କରିବା ଦରକାର ।
(୩) ବୟସ୍କ ଲୋକଙ୍କ ପାଇଁ ଏହି ସମୟରେ ଅଧିକ ବିପଦ ରହିଛି । ତେଣୁ ଆମେ ସେମାନଙ୍କର ଉପଯୁକ୍ତ ଯତ୍ନ ନେବା ଦରକାର ।
(୪) ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ସଂପର୍କରେ ଲୋକଙ୍କୁ ଅଧିକ ସଚେତନ କରନ୍ତୁ ।
(୫) ଗହଳିକୁ ଯିବା ନାହିଁ କିମ୍ବା ଗହଳି କରିବା ନାହିଁ । କିନ୍ତୁ ଲୋକଙ୍କ ସହ ଯୋଡି ହେବା ପାଇଁ ଆମେ ଟେକ୍‌ନୋଲୋଜିର ବ୍ୟବହାର କରିବା ଦରକାର ।
(୬) ୱାର୍ଡ ସ୍ତରରେ ଗଢାଯାଇଥିବା ୫୦ ହଜାର କୋଭିଡ କେୟାର କମିଟି ଗୁଡିକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଁଏ ଯୋଗାଇ ଦିଆଯାଇଛି ।
(୭) ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍‌ ରହିବ । ଏଥିପାଇଁ ୫୦ ହଜାର ଟଙ୍କା ମଂଜୁର କରାଯାଇଛି ।
(୮) ଜୀବନଜୀବିକା ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଧିକ ଜୋରଦାର କରିବାକୁ ହେବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top