ଜୀବନ ମନ୍ତ୍ର

ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଶୃଙ୍ଖଳାର ପାଠ ପଢ଼ାଇଲେ ମୁଖ୍ୟମନ୍ତ୍ରୀ

CM Naveen

ଭୁବନେଶ୍ୱର: ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ଆଲୋଚନା କରି ଶୃଙ୍ଖଳାର ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ । କୁଳପତିମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ପରାମର୍ଶ ମଧ୍ୟ ଦେଇଛନ୍ତି । ପ୍ରଫେସର, ଅଧ୍ୟାପକ, ଶିକ୍ଷକ ନିଯୁକ୍ତିରେ ସ୍ୱଚ୍ଛତା ରଖିବା ସହ ଗବେଷଣା, ଅନୁସନ୍ଧାନ ଏବଂ ପ୍ରକାଶନ ପାଇଁ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।କ୍ୟାମ୍ପସରେ ଅନୁଶାସନ ରକ୍ଷା କରନ୍ତୁ ବୋଲି କୁଳପତିଙ୍କୁ କହିବା ସହ କ୍ୟାମ୍ପସରେ ବାହାର ଲୋକଙ୍କ ହସ୍ତକ୍ଷେପକୁ ବରଦାସ୍ତ କରାଯିବା ଉଚିତ ନୁହେଁ ! ଅଣ-ଛାତ୍ର ଏବଂ ଅନଧିକୃତ ବ୍ୟକ୍ତିଙ୍କ ଠାରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ମୁକ୍ତ ରଖିବା ଜରୁରୀ ବୋଲି କହିଛନ୍ତି ନବୀନ  ।

ଫଳାଫଳ ପ୍ରକାଶନ ସହିତ ବିଶ୍ୱବିଦ୍ୟାଳୟ ପରୀକ୍ଷା ଠିକ୍ ସମୟରେ କରାଯିବା ଆବଶ୍ୟକ  । ଆସନ୍ତା ଶିକ୍ଷାବର୍ଷରୁ କୌଣସି  ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ  । ଅନୁବନ୍ଧିତ କଲେଜଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ନିଶ୍ଚିତ କରନ୍ତୁ  । କୁଳପତି, ବରିଷ୍ଠ ଅଧିକାରୀ ଏବଂ ଅଧ୍ୟାପିକାମାନେ ସମୟ ସମୟରେ ଅନୁବନ୍ଧିତ କଲେଜଗୁଡ଼ିକୁ ଆକସ୍ମିକ ପରିଦର୍ଶନ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଗାମୀ NAAC ରେଟିଂ ଏବଂ NIRF ର଼୍ୟାଙ୍କିଙ୍ଗ୍ ଉନ୍ନତି ଆଣିବାକୁ ଚେଷ୍ଟା କରନ୍ତୁ  । ଆପଣ ସମସ୍ତେ ବିଶ୍ୱବିଦ୍ୟାଳୟ ପରିସର ଭିତରେ ଅଧିକ ସମୟ ଛାତ୍ରଛାତ୍ରୀମାନଙ୍କ ସହିତ କଥାବାର୍ତ୍ତା କରନ୍ତୁ  । ପାଣ୍ଠିର କୌଣସି  ପ୍ରତିବନ୍ଧକ ରହିବ ନାହିଁ  । ଏବଂ ରାଜ୍ୟ ସରକାର ସମସ୍ତ ସମ୍ଭାବ୍ୟ ଉପାୟରେ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସମର୍ଥନ କରିବେ  ।  ଆମର ବିଶ୍ୱବିଦ୍ୟାଳୟଗୁଡ଼ିକ ଜାତୀୟ ଏବଂ ଆନ୍ତର୍ଜାତୀକ ସ୍ତରରେ ଶୀଘ୍ର ସଫଳତା ହାସଲ କରିବ ବୋଲ ମଧ୍ୟ ନବୀନ ଆଶାବ୍ୟକ୍ତ କରିଛନ୍ତି  । ବୈଠକରେ କୁଳପତିଙ୍କ କାର୍ଯ୍ୟକାଳ 5 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଦାବି ମଧ୍ୟ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top