ନ୍ୟୁଜ୍

ନାସନାଲ ଜିଓଗ୍ରାଫିକ୍‌ ଚ୍ୟାନେଲ୍‌ରେ ନଜର ଆସିବେ ନବୀନ

naveen

ଭୁବନେଶ୍ୱର: ନାସନାଲ ଜିଓଗ୍ରାଫିକ୍‌ ଚ୍ୟାନେଲ୍‌ରେ ନଜର ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସ୍‌କଭରୀ ଚ୍ୟାନେଲରେ ଓ୍ୱାଇଲ୍ଡ ଲାଇଫ୍‌ ଷ୍ଟୋରୀରେ ନଜର ଆସିଥିଲେ । ଏବେ ନବୀନ ନଜର ଆସିବେ ନାସନାଲ ଜିଓଗ୍ରାଫିରେ ।

ଏବେ ଏମିତି କିଛି ଶୁଣିବାକୁ ମିଳୁଛି । ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହେଲାଣି । ତେବେ ମୁଖ୍ୟମନ୍ତ୍ରୀ ମୋଦିଙ୍କ ପଥ ଅନୁସରଣ କରୁଛନ୍ତି ନା ତାଙ୍କୁ କପି କରୁଛନ୍ତି ବୋଲି ମଧ୍ୟ କେହି କେହି ତାତ୍ସଲ୍ୟ କଲେଣି ।

ତେବେ ଆନୁଷ୍ଠାନିକ ଭାବେ ଏ ନେଇ ଘୋଷଣା ହୋଇ ନ ଥିଲେ ମଧ୍ୟ କିଛି ଭିତିରି ସୂଚନା ଅନୁସାରେ ଜଣାପଡ଼ିଛି ଯେ, ଶୀଘ୍ର ନାସନାଲ ଜିଓଗ୍ରାଫିକ୍‌ ଚ୍ୟାନେଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଏକ ସ୍ୱତନ୍ତ୍ର ସୋ’ ପ୍ରସାରିତ ହେବ ।

ଯାହାର ଅଧିକାଂଶ ସୁଟିଂ ନବୀନ ନିବାସରେ ହୋଇଛି । ଏହା ସହ ଆଉ କିଛି ଭାଗ ରାଜ୍ୟର ବାତ୍ୟା ପ୍ରପୀଡିତ ଅଞ୍ଚଳରେ ହୋଇଛି । ଏହି ସୋ’ ମୁଖ୍ୟତଃ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ନବୀନ ସରକାରଙ୍କ ସଫଳତା ଉପରେ ଆଧାରିତ ରହିଛି । ନିଜେ ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ପୂରା ବିବରଣୀ ରଖିବେ । ୧୯୯୯ ରୁ ୨୦୧୯ ଭିତରର ଦୁଇ ଦଶନ୍ଧିର ତୁଳନାତ୍ମକ ଚିତ୍ର ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିବ । ଖୁବ୍ ଶୀଘ୍ର ନ୍ୟାସନାଲ ଜିଓଗ୍ରାଫିକ ପକ୍ଷରୁ ଏ ନେଇ ଟିଜର ଆସିବ ବୋଲି ମଧ୍ୟ ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top