X
Breaking News
ନ୍ୟୁଜ୍

ଏଭଳି କାରଣ ପାଇଁ ଓଡ଼ିଶାର ପରମ୍ପରା ଭାଙ୍ଗିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ: ପୃଥ୍ୱୀରାଜ

Prithviraj Harichandan

ଭୁବନେଶ୍ୱର: ସ୍ୱାଧିନତା ଦିବସରେ ପରେଡ୍‌ ସ୍ଥାନ ପରିବର୍ତ୍ତନ କରାଯିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛି ବିଜେପି । ବିଜେପି ଅଭିଯୋଗ କରିଛି ଯେ, ଚଳିତ ଥର କୌଣସି କାରଣ ନଥାଇ ରାଜ୍ୟ ସରକାର ପରେଡ୍‌ ବନ୍ଦ କରିଛନ୍ତି । ଏହା ସହ ମାତ୍ର ଚାରୋଟି ଟ୍ରୁପ୍‌କୁ ରାଷ୍ଟ୍ରୀୟ ସାଲ୍ୟୁଟ୍‌ ଦେବା ପାଇଁ ଅନୁମତି ଓ ଛାତ୍ରଛାତ୍ରୀଙ୍କୁ ଅନୁମତି ନଦେବା ଅତ୍ୟନ୍ତ ପରିତାପର ବିଷୟ ବୋଲି ବିଜେପି କହିଛି ।

ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ସେ ଅଧିକ ସମୟ ସ୍ୱାଧିନତା ଦିବସ କାର୍ଯ୍ୟକ୍ରମରେ ଅଭିବାଦନ ଗ୍ରହଣ କରିପାରିବେ ନାହିଁ । ତେଣୁ ପରେଡ୍‌ କାର୍ଯ୍ୟକ୍ରମକୁ ସଙ୍କୁଚିତ କରାଯାଇଛି । ଖାଲି ସେତିକି ନୁହେଁ ସେ ଆହୁରି କହିଛନ୍ତି ଯେ, 1973ରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ୱାଧିନତା ଦିବସ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥାନ୍ତି । ଏହା ପୂର୍ବରୁ ରାଜ୍ୟପାଳ ଏହି ଦାୟିତ୍ୱ ତୁଲାଉଥିଲେ । କିନ୍ତୁ ଏଥର ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ପରେଡ୍‌ ସ୍ଥାନ ପରିବର୍ତ୍ତନ କରିବା ସହ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଙ୍କୁଚିତ କରିବା ଏବଂ ପରମ୍ପରାକୁ ଭାଙ୍ଗିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ମୁଖ୍ୟମନ୍ତ୍ରୀ ଅଧିକ ସମୟ ଛିଡ଼ା ହୋଇପାରିବେ ନାହିଁ ବୋଲି ଏଭଳି କରାଯାଇଥିବା ପୃଥ୍ୱୀରାଜ ଅଭିଯୋଗ କରିଛନ୍ତି । ତେବେ କାହିଁକି ଏପରି କରାଗଲା ବୋଲି ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟିକରଣ ମଧ୍ୟ ସେ ଦାବି କରିଛନ୍ତି । କେଉଁ କାରଣରୁ ୭୨ବର୍ଷର ପରମ୍ପରା ଭଙ୍ଗା ଗଲା, ଏହା ଓଡିଶାବାସୀ ଜାଣିବା ଦରକାର ବୋଲି ପୃଥ୍ୱୀରାଜ କହିଛନ୍ତି ।

ଅନ୍ୟପଟେ ପୃଥ୍ୱୀରାଜଙ୍କ ଏହି ମନ୍ତବ୍ୟରେ ପ୍ରତିକ୍ରିୟା ରଖିଛନ୍ତି I&PR ମନ୍ତ୍ରୀ ରଘୁନନ୍ଦନ ଦାସ । ସେ କହିଛନ୍ତି, ପରେଡ୍‌ ସ୍ଥାନ କେବଳ ସ୍ଥାନାନ୍ତର ହୋଇଛି । ପରେଡ୍‌ ବନ୍ଦ ତ ହୋଇ ନାହିଁ । ପରମ୍ପରା କିଛି ଭଙ୍ଗ ହୋଇ ନାହିଁ । ଅନେକ ସ୍ଥାନରେ ଏଭଳି ସ୍ୱାଧିନତା ଦିବସ ପାଳିତ ହୋଇଥାଏ । କିଏ ଆଡମ୍ବର ପୂର୍ଣ୍ଣ ଭାବେ ପାଳନ କରିଥାନ୍ତି ତ କିଏ ନିରାଡମ୍ବର ଭାବେ ପାଳନ କରନ୍ତି ବୋଲି କହିଛନ୍ତି ରଘୁନନ୍ଦନ । ତେବେ ବିଜେପି ଯେଉଁ ଅଭିଯୋଗ କରିଛି ତାହା ଅତ୍ୟନ୍ତ ଭିତ୍ତିହୀନ । ଦୀର୍ଘ 10 ବର୍ଷ ହେବ ମୁଖ୍ୟମନ୍ତ୍ରୀଙ୍କ ନାଁରେ ସ୍ୱାସ୍ଥ୍ୟ ଖରାପ ବୋଲି ସମାନ ଅଭିଯୋଗ ହୋଇଆସୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top