X
Breaking News
ନ୍ୟୁଜ୍

CBSE ପରୀକ୍ଷା ଫି’ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଲେ ନବୀନ

naveen

ଭୁବନେଶ୍ୱର: ସିବିଏସ୍‌ଇ ପରୀକ୍ଷା ଫି’ ବୃଦ୍ଧି ପ୍ରତିବାଦରେ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫ’ ବୃଦ୍ଧି କରିବା ଦ୍ୱାରା ଅନେକ ଗରିବ ଛାତ୍ରଛତ୍ରୀ ପଠପଢ଼ାରୁ  ଦୁରେଇଯିବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି । ତେଣୁ ସିବିଏସ୍‌ଇ ପରୀକ୍ଷା ଫି’ କମ୍‌ କରଯାଉ ବୋଲି କେନ୍ଦ୍ରକୁ ଚିଠି ଲେଖି ନବୀନ ନିବେଦନ କରିଛନ୍ତି ।

ସିବିଏସ୍ଇ ପରୀକ୍ଷା ଫି’ ବୃଦ୍ଧି ପ୍ରସଙ୍ଗରେ ସେ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ପୋଖରିଆଲ୍‌ଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଦଶମ ଓ ଦ୍ୱାଦଶ ପରୀକ୍ଷା ଫି’ ବୃଦ୍ଧି ନକରାଗଲେ ଅନେକ ଗରିବ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ନବୀନ କହିଛନ୍ତି । ନବୀନ ଚିଠିରେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ରାଜ୍ୟର ଗ୍ରାମାଞ୍ଚଳରେ ୨୦୦ରୁ ଅଧିକ ସିବିଏସ୍‌ଇ ସ୍ୱୀକୃତି ପ୍ରାପ୍ତ ସ୍କୁଲ ରହିଛି । ସେମାନଙ୍କ ପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top