ନ୍ୟୁଜ୍

ଏହି ୫ ଜିଲ୍ଲାରୁ କଟକ ଆସିଲେ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ

କଟକ: ସିଲଭର ସିଟି କଟକକୁ ପ୍ରବେଶ ଉପରେ ଲାଗିଲା କଟକଣା । 5 ଜିଲ୍ଲା ଓ କଟକର 5 ବ୍ଲକରୁ କଟକ ସହରକୁ ଯିବା ଉପରେ କଟକଣା ଲଗାଇଲା କଟକ ମହାନଗର ନିଗମ (ସିଏମସି) ।

ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, ଗଜପତି, ବାଲେଶ୍ୱର ଓ କଟକର 5 ବ୍ଲକ ନିଶ୍ଚିନ୍ତକୋଇଲି, ନୃସିଂହପୁର, ମାହାଙ୍ଗା , ବଡ଼ମ୍ବା ଓ ତିଗିରିଆ ଅଞ୍ଚଳରୁ ଯେଉଁମାନେ କଟକ ସହରକୁ ପ୍ରବେଶ କରିବେ ସେମାନେ 14 ଦିନ କ୍ୱାରେଣ୍ଟାଇନ୍‌ରେ ରହିବେ ।

ହୋମ କ୍ୱାରେଣ୍ଟାଇନ୍‌ର ସୁବିଧା ନଥିଲେ ସେମାନଙ୍କୁ ଇନଷ୍ଟିଚ୍ୟୁସନାଲ୍‌ କ୍ୱାରେଣ୍ଟାଇନ୍‌ରେ ରଖାଯିବ । ଲୋକଙ୍କ ସ୍ୱାର୍ଥ ଏବଂ ବଢ଼ୁଥିବା କରୋନା ପଜିଟିଭ୍‌ ମାମଲାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ସିଏମସି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top