ଲାଇଫ୍ ଷ୍ଟାଇଲ୍

ଖରାଦିନେ ତ୍ୱଚା ରୁକ୍ଷ ହୋଇଯାଉଛି କି ? ଘରେ ପ୍ରସ୍ତୁତ କରନ୍ତୁ ଏହି ପ୍ୟାକ

coconut oil

ଅର୍ଗସ ବ୍ୟୁରୋ:  ନଡ଼ିଆ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ । ଏଥିରେ ଥିବା ପୋଷାକତତ୍ତ୍ୱ ବିଭିନ୍ନ ସଂକ୍ରମଣ ରୋଗରୁ ରକ୍ଷା କରିବା ସହ ତ୍ୱଚା ଓ କେଶର ସୌନ୍ଦର୍ଯ୍ୟ ବୃଦ୍ଧି କରେ । ବ୍ୟୁଟିସିଆନଙ୍କ ମତରେ ଶୁଦ୍ଧ ନଡ଼ିଆ ତେଲ କେବଳ କେଶର ନୁହେଁ, ବରଂ ତ୍ୱଚାର ବିଭିନ୍ନ ସମସ୍ୟା ଦୂର କରିଥାଏ । ବର୍ତ୍ତମାନ ଗ୍ରାଷ୍ମଋତୁ ଚାଲିଥିବାବେଳେ ନିଜ ତ୍ୱଚାକୁ ଖରାଦାଉରୁ କିଭଳି ସୁରକ୍ଷିତ ରଖିବେ ପଢ଼ନ୍ତୁ..

– ଗ୍ରୀଷ୍ମ ଦିନରେ ତ୍ୱଚାକୁ ଶୀତଳ ରଖିବା ନିମନ୍ତେ ଆଲୋଭେରା ରସରେ ନଡ଼ିଆ ତେଲ ମିଶାଇ ତୁଳାରେ ଲଗାଇ ୧୫ ମିନିଟ୍ ପରେ ତ୍ୱଚା ଧୋଇ ନେବେ ।

– ୧ ଛୋଟ ଚାମଚ ନଡ଼ିଆ ତେଲରେ ୧ ଚାମଚ ମହୁ ମିଶାଇ ମୁହଁ, ହାତ ଓ ଗୋଡ଼ରେ ଭଲଭାବେ ମାଲିସ୍ କରନ୍ତୁ । ଏହି ପ୍ୟାକ୍ ତ୍ୱଚା ପାଇଁ ମଏଶ୍ଚରାଇଜର୍ ପରି କାମ କରିବା ସହ ଦାଗ ମଧ୍ୟ ଦୂର କରେ ।

– ସ୍ନାନ ପୂର୍ବରୁ ପ୍ରତିଦିନ ନଡ଼ିଆ ତେଲ ତ୍ୱଚାରେ ମାଲିସ୍ କଲେ ମଧ୍ୟ ଲାଭ ମିଳେ । ଭିଟାମିନ୍ ଇ ତେଲ ଓ ନଡ଼ିଆ ତେଲ ସମପରିମାଣରେ ନେଇ କେଶମୂଳରେ ଲଗାଇଲେ ରୂପି ସମସ୍ୟା ଦୂର ହୋଇଥାଏ ।

– ଟମାଟୋ ରସ ୧ ଚାମଚ, ମୁଲତାନି ମାଟି ୨ ଚାମଚ, ନଡ଼ିଆ ତେଲ ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହି ପ୍ୟାକ୍ କୁ ୧୫ ମିନିଟ୍ ଲଗାଇ ଉଷୁମ ପାଣିରେ ତ୍ୱଚା ଧୋଇନେବେ । ରୁକ୍ଷ ତ୍ୱଚା ନିମନ୍ତେ ଏହା ଏକ ଉତ୍ତମ ପ୍ୟାକ୍ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top