X
Breaking News
ନ୍ୟୁଜ୍

ରାହୁଲଙ୍କ ପୁତ୍ରମୋହ ମନ୍ତବ୍ୟର ଏମିତି ଉତ୍ତର ରଖିଲେ ନିରଞ୍ଜନ

Niranjan - Rahul

ଭୁବନେଶ୍ୱର: କଂଗ୍ରେସ ଓ୍ୱାର୍କିଂ କମିିଟି ପକ୍ଷରୁ ପରାଜୟ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦଳର ପରାଜୟ ନେଇ ବିଭିନ୍ନ ଆଲୋଚନା କରାଯାଇଥିଲା । ତେବେ ବୈଠକରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପୁତ୍ରମୋହ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଜିଲ୍ଲା କଂଗ୍ରେସ ଓ ଏଆଇସିସିର ଅନୁମୋଦନ କ୍ରମେ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ । ନବଜ୍ୟୋତି ପ୍ରାର୍ଥୀ ହେବା ଏକାକି ନିରଞ୍ଜନଙ୍କ ନିଷ୍ପତ୍ତି ନଥିଲା ବୋଲି ସେ ନିଜେ କହିଛନ୍ତି । ଏହା ସହ ନିରଞ୍ଜନ ଆହୁରି ମଧ୍ୟ କହିଛନ୍ତି ଯେ, ସେ କେବଳ ତାଙ୍କ ପୁଅ ବିଷୟରେ ହିଁ କହିପାରିବେ । ଅନ୍ୟମାନଙ୍କ କ୍ଷେତ୍ରରେ କ’ଣ ହୋଇଛି ତାହା ସେ ଜାଣିନାହାନ୍ତି ବୋଲି କହିଛନ୍ତି ।

ଅନ୍ୟପଟେ ଆସନ୍ତା ୩୦ରେ କଂଗ୍ରେସର ନିର୍ବାଚନ ପରବର୍ତ୍ତୀ ସମୀକ୍ଷା ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମୀକ୍ଷା ବୈଠକରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ଓ ଟି.ଏସ୍ ସିଂହଦେଓ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top