ନ୍ୟୁଜ୍

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଛି ବିଜେଡି, ଟାର୍ଗେଟ କଲା କଂଗ୍ରେସ

Niranjan_Patnaik

ଅର୍ଗସ ବ୍ୟୁରୋ : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଛି ବିଜେଡି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ସିଧା ସଳଖ ଟାର୍ଗେଟ କରିଛି କଂଗ୍ରେସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ନେଇ ଘୋଷଣା କରିଲା ପରେ ପିସିସି ସଭାପତି ନିରଞ୍ଜନ ଟାର୍ଗେଟ କରିଥିଲେ। ନିରଞ୍ଜନଙ୍କ କହିବା କଥା ନବୀନ ବିଜେପି କଥାରେ ଚାଲୁଛନ୍ତି। ଆଗରୁ ଅନେକ ଥର ସମର୍ଥନ ଦେଇଛନ୍ତି ଏବେ ମଧ୍ୟ ସମର୍ଥନ ଦେଉଛନ୍ତି। ସେହିପରି ସାଂସଦ ସପ୍ତଗିରି କହିଛନ୍ତି ନବୀନ ବିଜେପି ସହ ମେଣ୍ଟ ଘୋଷଣା କରନ୍ତୁ। ରାଜ୍ୟ ଲାଭବାନ ହେବ। ଦୁଇ ତିନିଜଣ ମନ୍ତ୍ରୀ ପଦ ପାଇବେ। ବିଜେପିର କେହି ନେତା କି ମନ୍ତ୍ରୀ କଲ କରି ଅନୁରୋଧ କରି ନାହାନ୍ତି। ବିଜେଡିକୁ କେହି ଅନୁରୋଧ କରି ନଥିଲେ ମଧ୍ୟ ସେ ସମର୍ଥନ ଦେଇ ଥାନ୍ତେ।

ଏହାକୁ ନେଇ ବିଜେଡି କହିଛି। ଏହା ଆମ ଦଳର ନିଷ୍ପତି। ନୀତିଶ କୁମାରଙ୍କ ଅନୁରୋଧ କ୍ରମେ ଦଳ ଏପରି ନିସ୍ପତି ନେଇଛି। କଂଗ୍ରେସ ନିଜ ଘର କଥା ନିଜେ ବୁଝୁ। ସେପଟେ ବିଜେପି କହିଛି କଂଗ୍ରେସର ଅଭିଯୋଗ ସମ୍ପୂର୍ଣ ଭିତ୍ତିହୀନ। କିଏ କାହା ସହ ମିଶିଛି, କିଏ କାହା ସହ ସମ୍ପର୍କରେ ଅଛି ସମସ୍ତଙ୍କୁ ଜଣା। କଂଗ୍ରେସର ଅନେକ ନେତା ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଥିଲେ। ଆମେ ଅନୁରୋଧ କରିଥିଲୁ। ଅନୁରୋଧ କରିବାର ଅଧିକାର ସମସ୍ତଙ୍କର ଅଛି।

ଏନ୍‌ଡିଏ ପକ୍ଷରୁ ଜେଡିୟୁର ହରିବଂଶ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ପକ୍ଷରୁ ଆର୍‌ଜେଡିର ମନୋଜ ଝା ପ୍ରାର୍ଥୀ ହୋଇଥିଲେ। ନିର୍ବାଚନରେ ଏନଡିଏ ପ୍ରାର୍ଥୀ ବିଜୟ ହୋଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top