ଟିଭି

ଟିକ୍‌ଟକ୍‌ ଭିଡିଓ ପାଇଁ ନିଲମ୍ବିତ ହୋଇଥିଲେ କନେଷ୍ଟବଳ, ଏବେ ମିଳୁଛି ଫିଲ୍ମ ଅଫର

ନୂଆଦିଲ୍ଲୀ:  ଦୁନିଆରେ କେତେବେଳେ କାହାର ଭାଗ୍ୟ ବଦଳିବ କେହି କହିବପାରିବେନି । ସେମିତି କିଛି ଗୁଜୁରାଟ ପୋଲିସର କନଷ୍ଟେବଳ ଅର୍ପିତା ଚୌଧୁରୀଙ୍କ କ୍ଷେତ୍ରରେ । କିଛିଦିନ ପୂର୍ବରୁ ମହିଳା କନେଷ୍ଟବଳ ଅର୍ପିତାଙ୍କୁ ଟିକ୍‌ଟକ୍‌ ଭିଡିଓ କରିଥିବାରୁ ସସପେନ୍ଡ କରାଯାଇଥିଲା । ତାଙ୍କୁ କଣ ଜଣା ଥିଲା ଯେଉଁ ଭିଡିଓ ପାଇଁ ତାଙ୍କୁ ନିଲମ୍ବିତ ହେବାକୁ ପଡ଼ିଥିଲା ଆଜି ସେହି ଭିଡିଓ ତାଙ୍କୁ ପ୍ରସିଦ୍ଧି ଆଣିଦେବ ।

ଟିକ୍‌ଟକ୍‌ ଭିଡିଓ ଭାଇରାଲ ହେବା ପରେ ଅର୍ପିତା ଗୁଜୁରାଟରେ ଫେମସ୍‌ ହୋଇସାରିଥିଲେ । କେବଳ ସେତିକି ନୁହେଁ ତାଙ୍କ ଗୁଜୁରାଟୀ ଆଲବମ୍‌ ‘ ଟିକ୍‌ଟକ୍‌ ନି ଦିବାନୀ’ ନିକଟରେ ରିଲିଜ୍‌ ହେବା ସହ ବହୁ ଲୋକପ୍ରିୟତା ହାସଲ କରିଛି । ଅର୍ପିତାଙ୍କ ଏହି ଭିଡିଓ ରିଲିଜ୍‌ ହେବାର ଗୋଟିଏ ଦିନ ଭିତରେ 2 ମିଲିୟନ୍‌ ଭିଉ ହୋଇସାରିଥିଲା ।

କେବଳ ଯେ ଅର୍ପିତା ଆକ୍ଟିଂ କରୁଛନ୍ତି ତାହା ନୁହେଁ ଏକ ଭଜନରେ ମଧ୍ୟ କଣ୍ଠ ଦାନ କରିଛନ୍ତି । ଅର୍ପିତାଙ୍କୁ କିଛି ଫିଲ୍ମର ଅଫର ମଧ୍ୟ ଆସିଛି । ଉପର ଅଧିକାରୀଙ୍କ ଅନୁମତି ମିଳିଲେ ସେ ଆକ୍ଟିଂ କରିବେ ବୋଲି କହିଛନ୍ତି ଅର୍ପିତା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top