ଦେଶ

କୋରୋନା ପ୍ରକୋପ : ଗତ ୧୨ ଦିନରେ ୮୫ କୋଟି କ୍ଷତି ସହିଛି ରେଲୱେ, ବାଦ୍ ପଡ଼ିନି ପର୍ଯ୍ୟଟନ ଉଦ୍ୟୋଗ

ନୂଆଦିଲ୍ଲୀ : ସାରା ବିଶ୍ଵରେ ଆତଙ୍କ ଖେଳାଇଛି କୋରୋନା ମହାମାରୀ। ଏବେ କୋରୋନା ଭୂତାଣୁ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଫଳରେ ଏନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଯାହାଦ୍ଵାରା ଦେଶର ଅର୍ଥବ୍ୟବସ୍ଥା ସିଧା ସଳଖ ଭାବରେ ପ୍ରଭାବିତ ହୋଇଛି। କୋରୋନା ଭୂତାଣୁ ସଂକ୍ରମଣ ଭୟରେ ଲୋକମାନେ ଦୂର ସ୍ଥାନକୁ ଯାତାୟତ କରିବା ଦୂରର କଥା କେହି ଘରୁ ବାହାରୁ ନାହାଁନ୍ତି। ଟ୍ରେନ୍, ବସ୍, ମେଟ୍ରୋ ଭଳି ଜନଗହଳିପୂର୍ଣ୍ଣ ବାହାନରେ ଲୋକମାନେ ଯାତ୍ରା କରୁ ନାହାଁନ୍ତି। ଫଳରେ ଏହାଦ୍ଵାରା ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଛି।

ରେଲୱେ ଉପରେ ପ୍ରଭାବ
ଦିଲ୍ଲୀ ଯାତ୍ରୀ ଆରକ୍ଷଣ ପ୍ରଣାଳୀରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଗତ ମାର୍ଚ୍ଚ 1 ତାରିଖରୁ 12 ତାରିଖ ମଧ୍ୟରେ 12.29 ଲକ୍ଷ ଯାତ୍ରୀ ରେଳଯାତ୍ରା ସ୍ଥଗିତ କରିଛନ୍ତି। ରେଳ ଟିକେଟ ରଦ୍ଦ କରିବା ଦ୍ଵାରା ରେଲୱେର 85.03 କୋଟି ଟଙ୍କା କ୍ଷତି ହୋଇଛି। ଭାରତୀୟ ରେଲୱେ ପ୍ରତିଦିନ 20 ହଜାର ଟ୍ରେନ ସଂଚାଳନ କରୁଛି। ରେଲୱେର ବାର୍ଷିକ ରାଜସ୍ଵ 1.97 ଲକ୍ଷ କୋଟି। ଯଦି ଦେଶରେ କୋରୋନା ପ୍ରଭାବ ଏଭଳି ବଢେ ତେବେ ରେଲୱେ ଆହୁରି ଅଧିକ କ୍ଷତି ସହିବ ବୋଲି ଅନୁମାନ କରାଯାଇଛି। ତେବେ ଚଳିତ ବର୍ଷ ରାଜସ୍ଵ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି।

ଅପର ପକ୍ଷରେ କୋରୋନା ଭୂତାଣୁ ପ୍ରଭାବକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରେଲୱେ ବୋର୍ଡ ପରିଷ୍କାର ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦେଇଛି। ଏହା ସହ କର୍ମଚାରୀମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛି।

ପର୍ଯ୍ୟଟନ ଉଦ୍ୟୋଗ ଉପରେ କୋରୋନା ପ୍ରଭାବ
କୋରୋନା ଭୂତାଣୁର ପ୍ରଭାବ ପର୍ଯ୍ୟଟନ ଉଦ୍ୟୋଗ ଉପରେ ମଧ୍ୟ ପଡ଼ିଛି। ସରକାରଙ୍କ ଦ୍ଵାରା କୋରୋନା ମୁକାବିଲା ପାଇଁ ବିଦେଶ ଯାତ୍ରୀଙ୍କୁ ଭାରତ ଆଗମନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହା ଦ୍ଵାରା ପର୍ଯ୍ୟଟନ ଉଦ୍ୟୋଗରେ 18 ଅରବ କ୍ଷତି ହୋଇଥିନା ଆକଳନ କରାଯାଉଛି। ଦିଲ୍ଲୀରେ ମାର୍ଚ୍ଚ ଏବଂ ଅପ୍ରେଲ ମାସରେ ପ୍ରାୟ ଦେଢ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସନ୍ତି। କିନ୍ତୁ କୋରୋନା ପ୍ରଭାବ କାରଣରୁ ଫେବୃଆରୀ ମାସରେ ଏକ ଲକ୍ଷରୁ ଅଧିକ ପର୍ଯ୍ୟଟକ ଦିଲ୍ଲୀ ଯାତ୍ରା ରଦ୍ଦ କରିଛନ୍ତି। ଯଦ୍ଵାରା ହୋଟେଲ ଏବଂ ଗେଷ୍ଟହାଉସଙ୍କ ବ୍ୟବସାୟ ଉପରେ ପ୍ରଭାବ ପଡ଼ିଛି। ଏକ ଆକଳନ ମୁତାବକ, ଗତ କିଛି ଦିନ ମଧ୍ୟରେ 70 ପ୍ରତିଶତରୁ ଅଧିକ ଗେଷ୍ଟ ହାଉସ ଖାଲି ହୋଇଯିବ।

ବାଦ୍ ପଡ଼ି ନାହାଁନ୍ତି ଘରୋଇ କମ୍ପାନୀ
ପରି କୋରୋନା ପ୍ରଭାବରେ ବହୁ ଘରୋଇ କମ୍ପାନୀ କର୍ମଚାରୀମାନଙ୍କୁ ଘରୁ କାମ କରି ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛି। ଏହା ଦ୍ଵାରା ଲୋକମାନେ ଘରୁ ବାହାରକୁ ବାହାରୁ ନାହାଁନ୍ତି। ଫଳରେ ଯାତାୟତ ଠପ୍ ହୋଇ ପଡ଼ିଛି। ଦିଲ୍ଲୀ ଟ୍ରାଫିକ୍ ପୋଲିସଙ୍କ କହିବା ଅନୁଯାୟୀ, ଡିଏନଡି, ଆଶ୍ରମ ଚୌକ, ନୋଏଡା ଲିଙ୍କ୍ ରୋଡରେ ପୂର୍ବ ଅପେକ୍ଷା କମ୍ ଗାଡ଼ି ଯାତାୟତ କରୁଛି। ଅର୍ଥାତ୍ ଯେଉଁ ଗାଡ଼ି ପୂର୍ବରୁ ଯିବା ପାଇଁ ଏକ ଘଣ୍ଟା ସମୟ ଲାଗୁଥିଲା ଏବେ 45 ମିନିଟ୍ ସମୟ ଲାଗୁଛି।

ବିଶ୍ଵରେ କୋରୋନା ପ୍ରଭାବ
ଦେଖିବାକୁ ଗଲେ ସାରା ବିଶ୍ଵରେ ଏଯାଏଁ 156,930 ଜଣ ଆକ୍ରାନ୍ତ ହୋଇଥିବା ବେଳେ 5,839 ଜଣ ମୃତ୍ୟୁବରଣ କରିଛନ୍ତି। 75,937 ଜଣ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି। ଏହି କ୍ରମରେ ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 107କୁ ବୃଦ୍ଧି ହୋଇଛି। ସେମାନଙ୍କ ମଧ୍ୟରୁ 11 ଜଣ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ବେଳେ 2 ଜଣଙ୍କର ମୃତ୍ୟୁ ଘଟିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top