ନ୍ୟୁଜ୍

ଓଡ଼ିଶାରେ କୋରୋନା ଭୟ !

Corona

ସମ୍ୱଲପୁର:  ବୁର୍ଲା ମେଡ଼ିକାଲରେ ପ୍ରଥମ କୋରୋନା ରୋଗୀ ସନ୍ଦିଗ୍ଧ । ସୁନ୍ଦରଗଡର ଜଣେ ବ୍ୟକ୍ତିଙ୍କୁ ସଂକ୍ରମଣ ସନ୍ଦେହରେ ବୁର୍ଲା ଭିମସାରରେ ଟିଭି ୱାର୍ଡ ସ୍ଥିତ ସ୍ୱତନ୍ତ୍ର ଆଇସିୟୁରେ ଭର୍ତି କରାଯାଇଛି । କୋରିଆରୁ ସଂକ୍ରମଣ ହୋଇଥିବା ଆଶଙ୍କା । ସେ କୋରିଆରୁ ଭାରତ ଫେରିବା ପରେ ପ୍ରଥମେ କୋଲକାତାରେ ଚେକିଂ ସୟମରେ କୋରୋନା ଲକ୍ଷଣ ଜଣାପଡିଥିବା କୁହାଯାଉଛି ।

ଗତ ୨୨ ତାରିଖରେ ସେ ଦକ୍ଷିଣ କୋରିଆରୁ ନିଜ ଘର ଫେରିଥିବା ପରେ ତାଙ୍କୁ ବୁର୍ଲାରେ ଭର୍ତି କରାଯାଇଛି ।  ତାଙ୍କର ରକ୍ତ ନମୂନା ସଂଗ୍ରହ କରି ଭୁବନେଶ୍ୱର ଆରଏମଆରସି ପଠାଯିବ ବୋଲି ବୁର୍ଲା ସଂକ୍ରମଣ ବିଭାଗ ମୁଖ୍ୟ ଡକ୍ଟର ସୁଦର୍ଶନ ପୋଥାଲ୍ କହିଛନ୍ତି । ତାଙ୍କ ପାଖରେ କାଶ, ସର୍ଦି ଓ ଜ୍ବର ଲାଗି ରହିଥିବା ଡକ୍ଟର କହିଛନ୍ତି । ଯାହା ଦ୍ବାରା ତାଙ୍କୁ ଆଇସୋଲେସନରେ ରଖାଯାଇଛି । ତାଙ୍କ ଘର ସୁନ୍ଦରଗଡ ହୋମଗିର ଅଂଚଳ ବୋଲି ଜଣାପଡିଛି । ତେବେ ସଂକ୍ରମଣ ବ୍ୟାପିବା ଭୟରେ ବିଭାଗ ମୁଖ୍ୟ ଫାଟକକୁ ଏବଂ ଭିତରକୁ କାହାରିକୁ ଛଡା ଯାଉନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top