ଦେଶ

ମୂର୍ତ୍ତି କାରିଗରଙ୍କ ଉପରେ କରୋନା ମାଡ଼

ନୂଆଦିଲ୍ଲୀ : ମୂର୍ତ୍ତି କାରିଗରଙ୍କ ଉପରେ କରୋନା ମାଡ଼। ମୂର୍ତ୍ତି କାରିଗରଙ୍କ ବେପାର ଛଡାଇ ନେଇଛି ମହାମାରୀ କରୋନା। ଦୂର୍ଗା ପୂଜା ପାଖେଇ ଆସୁଥିଲେ ମଧ୍ୟ ପୂଜା ନେଇ କୌଣସି ସ୍ପଷ୍ଟ ଚିତ୍ର ଦେଇନାହାଁନ୍ତି ଦିଲ୍ଲୀ ସରକାର। ଫଳରେ ସବୁ ପୂଜା କମିଟି ଦ୍ଵନ୍ଦରେ ରହିଛନ୍ତି। ସେପଟେ ଦିଲ୍ଲୀର ପ୍ରାୟ ସମସ୍ତ ପୂଜା କମିଟି ପାଇଁ ମୂର୍ତ୍ତି ତିଆରି କରନ୍ତି କୋଲକାତାର କାରିଗର ଗୋବିନ୍ଦ । ଚଳିତବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର 5ଟି ମୂର୍ତ୍ତି ପାଇଁ ତାଙ୍କୁ ଆଡ଼ଭାନ୍ସ ମିଳିଛି। ଯାହାଦ୍ଵାରା ତାଙ୍କ ଜୀବନ ଜୀବିକା ବେଶ୍ ପ୍ରଭାବିତ ହୋଇଛି।

ଗୋବିନ୍ଦ ପ୍ରତିବର୍ଷ ମୂର୍ତ୍ତି ତିଆରି ପାଇଁ କୋଲକାତରୁ 30 ଜଣ କାରିଗର ଡକାଇଥାନ୍ତି। କିନ୍ତୁ ଚଳିତବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର 5ଟି ମୂର୍ତ୍ତି ପାଇଁ ତାଙ୍କୁ ଆଡ଼ଭାନ୍ସ ମିଳିଛି। ବିଶ୍ୱକର୍ମା ପୂଜ ପାଇଁ ମଧ୍ୟ କୌଣସି ବଡ଼ ମୂର୍ତ୍ତି ତିଆରି କରିନାହାନ୍ତି। ଘରୋଇ ପୂଜା ପାଇଁ କେବଳ ମୂର୍ତ୍ତି କରାଯାଇଛି। ଯାହାର ମୂଲ୍ୟ 3 ହଜାର ରୁ 5 ହଜାର ରହିଛି। ପ୍ରତିବର୍ଷ ସେ ଗଣେଶ ପୂଜା ଠାରୁ ଆରମ୍ଭ କରି ଦୁର୍ଗା, କାଳୀ, କାର୍ତ୍ତିକ, ସରସ୍ୱତୀ ପୂଜା ପର୍ଯ୍ୟନ୍ତ ମୂର୍ତ୍ତି କରନ୍ତି। ଚଳିତ ବର୍ଷ କରୋନା ସଙ୍କଟ କାରଣରୁ ତାଙ୍କ ଜୀବନ ଜୀବିକା ବେଶ୍ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ସରକାର ପାର୍ବଣ ଋତୁ ପାଇଁ କୌଣସି ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରି ସମାଜିକ ଦୂରତା ରକ୍ଷା କରି ପୂଜା ପାଇଁ ଅନୁମତି ଦେଲେ ଅଧିକ ମୂର୍ତ୍ତି ତିଆରି ହେବ ବୋଲି ସେ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top