ନ୍ୟୁଜ୍

କୋରୋନା ସତର୍କତା : ସମଲେଇ ଓ ମଙ୍ଗଳା ମନ୍ଦିରରେ କଟକଣା

ଭୁବନେଶ୍ଵର : ସାରା ବିଶ୍ଵରେ ଆତଙ୍କ ଖେଳାଇଥିବା କୋରୋନା ଏବେ ଭାରତରେ କାୟା ବିସ୍ତାର କରିବାକୁ ଲାଗିଛି। ଏହାକୁ ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଥିବା ବେଳେ କୋରୋନା ମୁକାବିଲା ପାଇଁ ରାଜ୍ୟରେ ବ୍ୟାପକ ପ୍ରସ୍ତୁତି ମଧ୍ୟ ଚାଲିଛି। ଏହାକୁ ନେଇ ଏବେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି କାକଟପୁର ମଙ୍ଗଳା ମନ୍ଦିର ଓ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଇ ପୀଠରେ କୋରୋନା କଟକଣା ଜାରି କରାଯାଇଛି।

କୋରୋନା ମୁକାବିଲା ପାଇଁ କାକଟପୁର ମଙ୍ଗଳା ମନ୍ଦିର ଓ ସମଲେଇ ମନ୍ଦିରରେ ବହୁ କଟକନା ଜାରି କରାଯାଇଛି। ଆଜି ମଙ୍ଗଳା ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଗର୍ଭଗୃହକୁ ନଛାଡ଼ିବାକୁ ସେବାୟତମାନେ ବାରଣ କରିଛନ୍ତି। ଏନେଇ ମନ୍ଦିର ପ୍ରଶାସନ ସେବାୟତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବି ସମଲେଇ ମନ୍ଦିରରେ ବି କଟକଣା ଜାରି କରାଯାଇଛି। ମନ୍ଦିର ଗମ୍ଭୀରା ଭିତରକୁ ଯିବାକୁ ବାରଣ ମନ୍ଦିର ଟ୍ରଷ୍ଟ ବାରଣ କରିଛି। ଏହା ସହ ସବୁ ଭକ୍ତଙ୍କ ପାଇଁ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top