ନ୍ୟୁଜ୍

ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କୋରୋନା

corona

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା । ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୨୪ରେ ପହଞ୍ଚି ଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୧୦ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୪, ପୁରୀ ଜିଲ୍ଲାରେ ୩, କଟକ, ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଜଣେ ଲେଖା ଆକ୍ରାନ୍ତ ଥିବା ଜଣାଯାଇଛି।

ସୂଚନାନୁସାରେ,  ଆଜି ବି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୦ ଟି ଜିଲ୍ଲାରୁ ଆଜି ୧୯୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୨୪୧ ହୋଇଥିବାବେଳେ ଲୋକାଲ ସଂକ୍ରମଣ ୭୩୬ ରହିଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top