ରାଜ୍ୟ

ଖୁସି ଖବର: ରାଜ୍ୟରେ ୨୧ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆସିଲା ଖୁସିଖବର । ରାଜ୍ୟରେ ଆଉ ୭୫୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା  ୨୧ ହଜାର ଟପି ୨୧୨୭୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ୨୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଗଞ୍ଜାମରୁ୧୩୯ , କଟକରୁ ୭୮ , ସୁନ୍ଦରଗଡ଼ରୁ ୫୮ , ଗଜପତିରୁ ୪୯ , ଭଦ୍ରକରୁ ୩୩, କେନ୍ଦୁଝରରୁ ୩୧ , ପୁରୀରୁ ୨୮, ନୟାଗଡ଼ରୁ ୨୨ , ବାଲେଶ୍ୱରରୁ ୨୦, କୋରାପୁଟରୁ ୧୮ , ମାଲକାନଗିରିରୁ ୧୬ , ନବରଙ୍ଗପୁରରୁ ୧୩  , କନ୍ଧମାଳରୁ ୧୦ , ସମ୍ବଲପୁରରୁ ୧୦ , ଯାଜପୁରରୁ ୯ , କେନ୍ଦ୍ରାପଡ଼ାରୁ ୯ , ଜଗତସିଂପୁରରୁ ୮ , ବରଗଡ଼ରୁ  ୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top