ନ୍ୟୁଜ୍

ରାଜ୍ୟରେ ଆଜି ପୁଣି 251 କରୋନା ପଜିଟିଭ୍ ଚିହ୍ନଟ

corona

ଅର୍ଗସ ବ୍ୟୁରୋ : ରାଜ୍ୟରେ ଆଜି ପୁଣି 251 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 208 ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 43 ଜଣ ସ୍ଥାନୀୟ ସଂକ୍ରମଣ। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ସୂଚନାନୁଯାୟୀ, ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଅନୁଗୁଳରୁ 1, ବାଲେଶ୍ଵରରୁ 2, ବରଗଡ଼ରୁ 12, ବଲାଙ୍ଗିରରୁ 4, କଟକରୁ 32, ଦେବଗଡ଼ରୁ 4, ଗଜପତିରୁ 6, ଗଞ୍ଜାମରୁ 102, ଝାରସୁଗୁଡ଼ାରୁ 5, କେନ୍ଦ୍ରାପଡ଼ାରୁ 4, ଖୋର୍ଦ୍ଧାରୁ 26, ମାଲକାନାଗିରିରୁ 10, ମୟୁରଭଞ୍ଜରୁ 5, ନୟାଗଡ଼ରୁ 14, ପୁରୀରୁ 12, ସମ୍ବଲପୁରରୁ 2, ସୋନପୁରରୁ 1, ସୁନ୍ଦରଗଡ଼ରୁ 7, ଯାଜପୁରରୁ 1, ପଶ୍ଚିମବଙ୍ଗ ଫେରନ୍ତା ଜଣେ ଏନଡିଆରଏଫ କର୍ମଚାରୀ ରହିଛନ୍ତି।

ଏହି କ୍ରମରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 7316ରେ ପହଞ୍ଚିଥିବା ବେଳେ 5189 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେପଟେ ରାଜ୍ୟରେ ଏଯାବତ୍ 2094 ଆକ୍ଟିଭ୍ କେସ୍ ରହିଛି। ତେବେ ରାଜ୍ୟରେ ଏବେଯାଏଁ 270678 ସାମ୍ପୁଲ ପରୀକ୍ଷଣ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top