ନ୍ୟୁଜ୍

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୪୦ ଆକ୍ରାନ୍ତ

corona

ଅର୍ଗସ ବ୍ୟୁରୋ : ରାଜ୍ୟବାସୀଙ୍କ ପାଇଁ ଆଶ୍ଵସ୍ତୀକର ଖବର। ଆଜି ସୁସ୍ଥ ହେଲେ ଆଉ ୧୪୦ କୋରୋନା ଆକ୍ରାନ୍ତ। ଏହି କ୍ରମରେ ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେଣି ୨୧୩୩ ଜଣ। ଏ ନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନାନୁଯାୟୀ, କଟକରୁ ସର୍ବାଧିକ ୨୪, ଗଞ୍ଜାମରୁ ୨୨, ନୂଆପଡ଼ାରୁ ୨୧, ଯାଜପୁରରୁ ୧୧, ଖୋର୍ଦ୍ଧାରୁ ୧୧, ଜଗତସିଂହପୁରରୁ ୧୧, ସୁନ୍ଦରଗଡ଼ରୁ ୮, ବଲାଙ୍ଗିର ଓ ଭଦ୍ରକରୁ ୭ ଲେଖାଏଁ, ଢେଙ୍କାନାଳରୁ ୫, ବରଗଡ଼, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ ୩ ଜଣ ଲେଖାଏଁ, ବାଲେଶ୍ଵର ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ, ସୁସ୍ଥ ହୋଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top