ନ୍ୟୁଜ୍

ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକଙ୍କ ହେବ କୋଭିଡ୍ ଟେଷ୍ଟ

assembly

ଭୁବନେଶ୍ୱର: ବିଧାନସଭା ଅଧିବେଶନ ନେଇ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ । ଅଧିବେଶନ ପୂର୍ବରୁ ବିଧାୟକଙ୍କ ହେବ କୋଭିଡ୍ ଟେଷ୍ଟ । ବିଧାୟକଙ୍କ ପିଏସଓ, ଡ୍ରାଇଭରଙ୍କର ମଧ୍ୟ ହେବ କରୋନା ପରୀକ୍ଷା । ୨୭ ଓ ୨୮ ତାରଖରେ ଦୁଇ ଦିନ ଧରି ହେବ କୋଭିଡ୍ ଟେଷ୍ଟ । ସକାଳ ସାଢେ ୭ଟାରୁ ସାଢେ ୯ଟା ଯାଏଁ ହେବ ଟେଷ୍ଟ । ଅକ୍ଟୋବର ୪ରେ ପୁଣି ବିଧାୟକମାନେ କରିପାରିବେ କୋଭିଡ୍ ଟେଷ୍ଟ ।

ଅଧିବେଶନ ବେଳେ ଅସୁସ୍ଥ ଅନୁଭବ କଲେ ଆଣ୍ଟିଜେନ ଟେଷ୍ଟ କରିପାରିବେ । ମାସ୍କ, ହ୍ୟାଣ୍ଡ ଗ୍ଲୋଭସ, ସାନିଟାଇଜର ବ୍ୟବହାର କରିବେ ବିଧାୟକ । ବିଧାନସଭା ସଚିବାଳୟର ସବୁ କର୍ମଚାରୀଙ୍କ ବି ନମୁନା ପରୀକ୍ଷା ହେବ । ଟେଷ୍ଟ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ବିଏମସିକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଭଳି ଭାବରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top