ନ୍ୟୁଜ୍

କୋରୋନା ନେଲା ଆଉ 2 ଜୀବନ

corona

ଭୁବନେଶ୍ୱର: କୋରୋନା ନେଲା ଆଉ 2 ଜୀବନ । ରାଜ୍ୟରେ 25 ଛୁଇଁଲା ମୃତ୍ୟୁ ସଂଖ୍ୟା । ମୃତ 2 ଜଣ ହେଲେ ଗଞ୍ଜାମ ଜିଲ୍ଲାର । ତେବେ ଚିକିତ୍ସାଧିନ ଅବସ୍ଥାରେ ଦୁହିଁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରୁ 48 ବର୍ଷିୟ ଜଣେ ମହିଳା ହୋଇଥିବାବେଳେ ଅନ୍ୟଜଣେ 39 ବର୍ଷିୟ ମହିଳା  ଯିଏକି ବିଭିନ୍ନ ରୋଗରେ ପିଡିତ ଥିଲେ ।

ଆଜି ରାଜ୍ୟରେ ପୁଣି ୨୦୬ କୋରୋନୋ ପଜିଟିଭ ଚିହ୍ନଟ ହୋଇଥିଲେ । ସେଥି ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୯୨ ଟି କେସ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ରହିଛି ୧୪ । ଦିନକୁ ଦିନ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top