ଦେଶ

ସାରା ବିଶ୍ଵରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୫୪ ଲକ୍ଷ ୧ହଜାର ୨୨୨ ଜଣକୁ ବୃଦ୍ଧି

ଅର୍ଗସ ବ୍ୟୁରୋ : ସାରା ବିଶ୍ଵରେ ତାଣ୍ଡବ ରଚିଥିବା କୋରୋନା ମହାମାରୀ ପ୍ରକୋପରେ ସାରା ବିଶ୍ଵ। ସାରା ବିଶ୍ଵରେ ଏପର୍ଯ୍ୟନ୍ତ ୫୪ ଲକ୍ଷ ୧ହଜାର ୨୨୨ ଜଣ ଆକ୍ରାନ୍ତ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୪୩ ହଜାର ୭୯୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଲକ୍ଷ ୪୭ ହଜାର ୧୦୯ ଜଣ ସୁସ୍ଥ ହୋଇଛନ୍ତି। ଅପର ପକ୍ଷରେ ବିଶ୍ଵରେ ଏବେ୨୮ ଲକ୍ଷ ୧୦ ହଜାର ୩୧୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

ସବୁଠାରୁ ଅଧିକ ପ୍ରଭାବିତ ଆମେରିକା। ଏଠାରେ ୧୬ ଲକ୍ଷ ୬୬ ହଜାର ୮୨୮ ସଂକ୍ରମିତ ହୋଇଥିବା ବେଳେ ୯୮ ହଜାର ୬୮୩ ମୃତବରଣ କରିଛନ୍ତି। ସେହିପରି ବ୍ରାଜିଲରେ ୩ ଲକ୍ଷ ୪୭ ହଜାର ୩୯୮ ସଂକ୍ରମିତ, ୨୨ ହଜାର ୧୩ ମୃତ। ଋଷିଆରେ ୩ ଲକ୍ଷ ୩୫ ହଜାର ୮୮୨ ଜଣ ସଂକ୍ରମିତ, ୩ ହଜାର ୩୮୮ ଜଣ ମୃତ। ସ୍ପେନରେ ୨ ଲକ୍ଷ ୮୨ ହଜାର ୩୭୦ ସଂକ୍ରମିତ, ୨୮ ହଜାର ୬୭୮ ମୃତ। ବ୍ରିଟେନରେ ୨ ଲକ୍ଷ ୫୭ ହଜାର ୧୫୪ ସଂକ୍ରମିତ, ୩୬ ହଜାର ୬୭୫ ଜଣ ମୃତ। ଇଟାଲୀରେ ୨ ଲକ୍ଷ ୨୯ ହଜାର ୩୨୭ ସଂକ୍ରମିତ, ୩୨ ହଜାର ୭୩୫ ମୃତ। ଫ୍ରାନ୍ସରେ ୧ ଲକ୍ଷ ୮୨ ହଜାର ୪୬୯ ସଂକ୍ରମିତ, ୨୮ ହଜାର ୩୩୨ ଜଣ ମୃତ। ଜର୍ମାନୀରେ ୧ ଲକ୍ଷ ୭୯ ହଜାର ୯୮୬ ଜଣ ସଂକ୍ରମିତ, ୮ ହଜାର ୩୬୬ ମୃତ। ତୁର୍କୀରେ ୧ ଲକ୍ଷ ୫୫ ହଜାର ୬୮୬ ସଂକ୍ରମିତ, ୪ ହଜାର ୩୦୮ ଜଣ ମୃତ। ଇରାନରେ ୧ ଲକ୍ଷ ୩୩ ହଜାର ୫୨୧ ସଂକ୍ରମିତ, ୭ ହଜାର ୩୫୯ ଜଣ ମୃତ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top